ଦୁଷ୍କର୍ମ ଅଭିଯୋଗରେ ୫୦ ବର୍ଷୀୟ ବୃଦ୍ଧ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପୁଲିସ ଜଣେ ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗୋଛାପଡା ଥାନ କୁଲିକୁଡା ଗାଁର ଜଣେ ୫୫ ବର୍ଷୀୟ ବୃଦ୍ଧାଙ୍କୁ ସେହି ଗାଁର ମହାରାଜ କହଁର ନାମକ ଜଣେ ୫୦ ବର୍ଷୀୟ ବ୍ୟକ୍ତି ତିନି ବର୍ଷ ହେଲା ଭଲ ପାଇ ଆସୁଥିଲେ। ଦୁହିଁଙ୍କ ମଧ୍ୟରେ ଅନେକ ଥର ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା। ତେବେ ଏହି କଥାକୁ ନେଇ ବ୍ୟକ୍ତି ଜଣକ କାହାକୁ ନକହିବା ପାଇଁ ଧମକ ଚମକ ଦେଇ ଆସୁଥିଲେ ଓ ସମ୍ପର୍କ ବିଷୟରେ କାହାକୁ କହିଲେ ଜୀବନରୁ ମାରି ଦେବା ପାଇଁ ମଧ୍ୟ୍ୟ ଧମକ ଚମକ ଦେଇ ଆସୁଥିବା ବୃଦ୍ଧା ମହିଳା ଅଭିଯୋଗ କରିଛନ୍ତି। ଗତ ୩ ତାରିଖ ଦିନ ବୃଦ୍ଧା ଜଣକ ନିଜ ଘର ବାହାରକୁ ଆସିଥିବା ବେଳେ ଅଭିଯୁକ୍ତ ଜଣକ ପୀଡିତା ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ। ବୃଦ୍ଧା ଜଣକ ବାରଣ କରିବାରୁ ବ୍ୟକ୍ତି ଜଣକ ଏକ କାଠ ଫଳିଆରେ ବୃଦ୍ଧାଙ୍କ ମୁଣ୍ଡକୁ ମାଡ଼ ମାରିଥିଲେ। କାଠ ଫାଳିଆ ମାଡ଼ରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇଥିବା ବେଳେ ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଗୋଛାପଡା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ସାମାନ୍ୟ ସୁସ୍ଥ ହେବାପରେ ବୃଦ୍ଧା ଜଣକ ଗୋଛାପଡା ଥାନାରେ ତାଙ୍କୁ ବ୍ୟକ୍ତି ଜଣକ ଦୁଷ୍କର୍ମ କରିଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ।

kalyan agarbati

Comments are closed.