www.samajalive.in
Monday, December 15, 2025
14.1 C
Bhubaneswar

ଟ୍ରକ ଡ୍ରାଇଭରକୁ ଧମକ ଦେଇ ଟଙ୍କା ଲୁଟ୍ ମାମଲାରେ ଜଣେ ଗିରଫ

ଗୋପାଳପୁର: ଗୋପାଳପୁର ପୋଲିସ ଟ୍ରକ ଡ୍ରାଇଭରକୁ ଧମକ ଚମକ ଦେଇ ଦାଦାବଟି ମାଗିବା ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗିରଫ ଯୁବକ ଜଣକ ହେଲେ ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ହିଲପାଟଣାର ମୁକ୍ତେଶ ସାହୁ (୨୫) ବୋଲି ପୋଲିସ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛି। ସୂଚନା ଅନୁସାରେ ୧୬ ନଂ ଜାତୀୟ ରାଜପଥ ପଥରା ଓଭରବ୍ରିଜ ନିକଟରେ ଗୁରୁବାର ୪ଟା ସମୟରେ ଟ୍ରକ ଓ ଆମ୍ବୁଲାନ୍ସ ସହ ସାମାନ୍ୟ ଦୁର୍ଘଟଣା ହୋଇଥିଲା। ଉଭୟ‌ ଡ୍ରାଇଭରଙ୍କ ମଧ୍ୟରେ ବୁଝାମଣା ହେଉଥିବା ସମୟରେ ମୁକେଶ ଓ ତାଙ୍କ ଦୁଇ ସହଯୋଗୀ ବଇକ ଯୋଗେ ସେଠାରେ ପହଞ୍ଚିଥିଲେ। ମୁକେଶ ଦୁର୍ଘଟଣାର ସମାଧାନ କରିଦେଲି ବୋଲି କହି ଟ୍ରକ ମାଲିକ ପିଣ୍ଟୁ ବିଶୋୟୀଙ୍କୁ ଧମକ ଚମକ ଦେଇ ୧୫ ହଜାର ଟଙ୍କା ଜୋର ଜବରଦସ୍ତି ନେଇଯାଇଥିଲେ। ଏ ନେଇ ପିଣ୍ଟୁଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୫/୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ପୂର୍ବାହ୍ନରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ରାମନଗର ଏକ ଭଡା ଘରେ ଗୋପାଳପୁର ଥାନା ପୋଲିସ ସେଠାରେ ଚଢାଉ କରି ମୁକ୍ତେଶଙ୍କୁ ଉଠାଇ ନେଇ ପଚରାଉଚୁରା କରିବା ପରେ ତାଙ୍କଠାରୁ ୫ ହଜାର ଟଙ୍କା ଜବତ କରାଯାଇଥିଲା। ସନ୍ଧ୍ୟାରେ ପୋଲିସ ମୁକେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ଥିବା ବେଳେ ତୁରନ୍ତ ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟ ପଟେ ଅଭିଯୁକ୍ତ ମୁକେଶଙ୍କ ନାମରେ ଗୋସାଣୀ ନୂଆଗାଁ ଥାନାରେ ଅନେକ ମାମଲା ହୋଇଥିବା ବେଳେ ଗତ କିଛି ଦିନ ତଳେ ଜାମିନରେ ଫେରିଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories