www.samajalive.in
Saturday, December 6, 2025
14.1 C
Bhubaneswar

ମାଣ୍ଡିଆ ଅମଳ ପର୍ବ ପାଳନ

ଫୁଲବାଣୀ: ରାଜ୍ୟ ମିଲେଟ ମିଶନ୍ ଓ ଆତ୍ମାର ମିଳିତ ଆନୁକୁଲ୍ୟରେ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେୟାର ପକ୍ଷରୁ ଗୁଦାରି ପଂଚାୟତର ଗୁଦାରୀ ଉଦାସୀ ମଠ ସମ୍ମୁଖରେ ମାଣ୍ଡିଆ ଅମଳ ପର୍ବ ଅନୁଷ୍ଠିତ ହୋଇଯାଇଛି। କରାମତ ଅଲ୍ଲୀ ଖାଁ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଖଜୁରୀପଡ଼ା ବ୍ଲକର କୃଷି ବିଭାଗୀୟ ଅଧିକାରୀ ସୌମେନ୍ଦ୍ର ବେହେରା, ବିଭାଗୀୟ ସହଯୋଗୀ ମମତା ମୟି ମହାନ୍ତି, ଜିଲ୍ଲା ସମବାୟ ନିବନ୍ଧକ ଯୁଗଳ କିଶୋର ଦାସ, ଉପ ନିବନ୍ଧକ ଗଙ୍ଗାଧର କହଁର, ଡିପିସିଓ ସବିତା ସୁବୁଦ୍ଧି ପ୍ରମୁଖ ଯୋଗ ଦେଇ ଆନ୍ତର୍ଜାତୀୟ ମିଲେଟ ବର୍ଷ ଉପଲକ୍ଷେ ମିଲେଟ୍ ଜାତୀୟ ଖାଦ୍ୟର ଉପକାରିତା ଉପରେ ନିଜର ମତବ୍ୟକ୍ତ କରିଥିଲେ। ଆଜିର କାର୍ୟ୍ୟକ୍ରମରେ ମାଣ୍ଡିଆ ଅମଳ ପରେ ଏକ ସ୍ୱତନ୍ତ୍ର ପର୍ବରେ ଗ୍ରାମବାସୀ ସାମିଲ ହୋଇଥିଲେ ମାଣ୍ଡିଆରେ ପ୍ରସ୍ତୁତ ବରା, ପକୁଡ଼ି, ସୂପ,ଏବଂ ଆଳୁ ଚପ ଉପସ୍ଥିତ ଅତିଥି ମାନଙ୍କୁ ଖାଇବାକୁ ଦେଇଥିଲେ ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟ ମାନେ। ଏହା ଅତି ରୁଚିକର ଏବଂ ସ୍ଵାସ୍ଥ୍ୟ ପାଇଁ ହିତକର ବୋଲି ଅତିଥି ମାନେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ବୁଝାଇବା ସହିତ ପାଲା ମାଧ୍ୟମରେ ସାଂସ୍କୃତିକ କାର୍ୟ୍ୟକ୍ରମ କରି ବୁଝାଇଥିଲେ। କାର୍ଯ୍ୟକ୍ରମକୁ ମୁସ୍କାନ୍‌‌ ସୁଆର ପରିଚାଳନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories