ବୌଦ୍ଧ: ବୌଦ୍ଧ ଜିଲା ମନମୁଣ୍ଡା ଗ୍ରାମପଞ୍ଚାୟତରେ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଦିନ ଜିଲାପାଳ ଠାରେ ଫେରାଦ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ ପଞ୍ଚାୟତର ୭ ନଂ ୱାଡକୁ ନିରବଚ୍ଚନ୍ନ ଭାବେ ପାନୀୟ ଜଳ ଯୋଗାଣ ସହିତ ସିଧା ସହିତ ତେଲ ନଦୀରୁ ପାଣି ନ ଯୋଗାଇ ଟ୍ରିଟମେଣ୍ଟ ପ୍ଳାଣ୍ଟ ମାଧ୍ୟରେ ପାନୀୟ ଜଳ ଯୋଗାଇ ଦିଆଯାଉ, ବର୍ଷା ରୁତୁରେ ବର୍ଷାଜଳ ଓ ବର୍ଷା ଯୋଗୁଁ ଘର ମାନଙ୍କର ମଇଲା ପାଣି ନିଷ୍କାସନ ପାଇ ନାଳର ସୁବିଧା କରାଯାଉ, ବର୍ଷ ବର୍ଷ ଧରି ୱାଡ ଓ ବିଭିନ୍ନ ସ୍ଥାନରେ ଜମା ହୋଇଥିବାମଇଲା ଆବର୍ଜନାର ସଫେଇ କରାଯାଉ, ସାହିରେ ନୁତନ ନଳକୁପ ଖନନ ସହିତ ଚାନ୍ଦିନୀ ନିର୍ମାଣ କରାଯାଉ, ଅନ୍ୟ ସାହି ରାସ୍ତା ପରି ଗ୍ରାମଦାଣ୍ଡର ଆଲୋକିକରଣ ବ୍ୟବସ୍ଥା କରାଯାଉ ଆଦି ଦାବି କରିଥିଲେ। ଏନେଇ ଏକ ଦାବୀ ପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ।
Popular Categories



