www.samajalive.in
Saturday, December 6, 2025
16.1 C
Bhubaneswar

ସ୍ମାର୍ଟସିଟିରେ ବ୍ୟାପୁଛି ଝାଡ଼ାବାନ୍ତି, ୩ ଦିନରେ ୫ ମୃତ

ଡେସ୍କ: ରାଉରକେଲା ସ୍ମାର୍ଟସିଟିରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୪୮ଘଣ୍ଟା ମଧ୍ୟରେ ଝାଡ଼ାବାନ୍ତରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୧୬ରୁ ଅଧିକ ଆକ୍ରାନ୍ତ ହୋଇ ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ୍‌)ରେ ଚିକିତ୍ସିତ ହେଉଛନ୍ତି। ଗତକାଲି ରାତି ସୁଦ୍ଧା ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।

କେଉଁ ଜୀବାଣୁ ସଂକ୍ରମଣରୁ ଏହା ବ୍ୟାପୁଛି ତା’ର କାରଣ ସ୍ବାସ୍ଥ୍ୟ ବିଭାଗ ଖୋଜୁଛି। ଅଳ୍ପଦିନ ତଳେ ସହରରେ ହୋଇଥିବା ଅଦିନିଆ ବର୍ଷା ପରବର୍ତ୍ତୀ କାରଣ ହୋଇଥାଇପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଅନୁମାନ କରୁଛନ୍ତି। ପାଣିର ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ହାସପାତାଳର ବିଭିନ୍ନ ୱାର୍ଡରେ ଝାଡ଼ାବାନ୍ତି ଆକ୍ରାନ୍ତ ଭର୍ତ୍ତି ହୋଇ ରହିଛନ୍ତି। ଶଯ୍ୟା ଅଭାବରୁ ବହୁ ଆକ୍ରାନ୍ତଙ୍କ ଚିକିତ୍ସା ଚଟାଣରେ ଚାଲିଥିବା ଦେଖିବାକୁ ମିଳୁଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories