www.samajalive.in
Monday, December 8, 2025
27.1 C
Bhubaneswar

କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିନେକେଲା ଗ୍ରାମର କେଶରୀ ବାଗଙ୍କ ପୁଅ ଚାଷୀ ଚମରୁ ବାଗ (୪୯) କୀଟନାଶକ ପାନ କରି ଆତ୍ମହତ୍ୟା କରିଥିବା ଜଣାଯାଇଛି। ଗତକାଲି ସନ୍ଧ୍ୟାରେ ସେ ବିଷପାନ କରିଥିବା ଜଣା ପଡିବା ପରେ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନା ଏବଂ ପରେ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ଗତ ରାତ୍ରିରେ ତାଙ୍କ ମୃତ୍ୟୁ ଘଟିଛି। ଚମରୁ ତାଙ୍କ ପ୍ରାୟ ଦୁଇ ଏକର ଚାଷ ଜମିରେ ଧାନ ଚାଷ କରିଥିଲେ। ବାଡ଼ିରେ କୋବି ଚାଷ ମଧ୍ୟ କରିଥିଲେ। ତାଙ୍କ ପତ୍ନୀ ତଥା ଦୁଇ ପୁଅ ଜଗଦିଶ ଏବଂ ଗଜପତି ଅଛନ୍ତି। ସେମାନେ ଦାଦନ ଘଟିବାକୁ ବାହାରକୁ ଯାଇଛନ୍ତି। ସେ କୌଣସି ବ୍ୟାଙ୍କରୁ ଋଣ କରିନଥିବା ଜଣାଯାଇଛି। ଫସଲ ମଧ୍ୟ ଭଲ ହୋଇଥିଲା। ତାଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସରେ ପରିବାର ରହୁଥିଲେ। ତେବେ ସେ ପ୍ରତିଦିନ ପ୍ରଚୁର ମଦ ପିଉଥିବା କିଛି ଗ୍ରାମବାସୀ କହିଛନ୍ତି। ତାଙ୍କର ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories