www.samajalive.in
Friday, December 5, 2025
17.1 C
Bhubaneswar

ମଦ ବେପାରୀଙ୍କ ଉପରେ ଆୟକର ଚଢ଼ାଉ – ଗଣା ହେଲାଣି ୩୬ କୋଟି, ଆହୁରୀ ବାକି ରହିଛି

ସମ୍ବଲପୁର: ଆୟକର ଫାଙ୍କିବା ଅଭିଯୋଗରେ ଗତ ବୁଧବାର ଠାରୁ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ବେପାରୀ ମାନଙ୍କ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଅଭିଯାନ ଚାଲିଛି। ଚଢ଼ାଉ ସମୟରେ ମିଳିଥିବା ବସ୍ତା ବସ୍ତା ଟଙ୍କା ଗୁଡିକୁ ଏକତ୍ରିତ କରି ବଲାଙ୍ଗୀର ଓ ସମ୍ବଲପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ଗୁଡିକରେ ରଖାଯାଇ ଏବେ ଗଣତି ଚାଲିଛି। ଏହି କ୍ରମରେ ସମ୍ବଲପୁରର ମୁଖ୍ୟ ଶାଖା ଠାରେ ଗଣତି ଶନିବାର ଛୁଟି ଦିନ ସତ୍ୱେ ଚାଲିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ ୬୪ଟି ବ୍ୟାଗରେ ଜବତ କରି ଅଣାଯାଇଥିବା ବ୍ୟାଗ ଗୁଡିକ ମଧ୍ୟରୁ କିଛି ବ୍ୟାଗ ବାକି ଥିବା ବେଳେ ୩୬ କୋଟି ଟଙ୍କା ବ୍ୟାଙ୍କ କର୍ମଚାରୀ ମାନେ ଗଣି ସାରିଛନ୍ତି। ଏହି କାର୍ଯ୍ୟରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପରେ ଉପର ମହଲରୁ ପ୍ରବଳ ଚାପ ପଡୁଥିବାରୁ ଅତି ଶୀଘ୍ର ଟଙ୍କା ଗଣା କାର୍ଯ୍ୟ ସାରିବାକୁ ବ୍ୟାଙ୍କ ଅଧିକାରୀ ମାନେ ଅନବରତ କାର୍ଯ୍ୟ କରୁଛନ୍ତି। ଶୀଘ୍ର ଟଙ୍କା ଗଣତି କାର୍ଯ୍ୟ ସାରିବା ନିମନ୍ତେ ଶନିବାର ଛୁଟି ସତ୍ୱେ ଆଖପାଖ ଅଞ୍ଚଳରୁ ଅଧିକ ଟଙ୍କା ଗଣିବା ଯନ୍ତ୍ର ମଗାଇ ସମୁଦାୟ ୫ଟି ଯନ୍ତ୍ର ଯୋଗେ ୯ ଜଣ ବ୍ୟାଙ୍କ କର୍ମଚାରୀ ଲାଗି ରହିଛନ୍ତି। ଟଙ୍କା ଗଣତି ସମୟରେ ୪ ଜଣ ଆୟକର ଅଧିକାରୀ ଓ ଟଙ୍କା ଜବତ ହୋଇଥିବା ପ୍ରତିଷ୍ଠାନର ୨ ଜଣ କର୍ମଚାରୀ ଉପସ୍ଥିତ ରହିଛନ୍ତି। ଟଙ୍କା ଗୁଡିକ ବହୁ ଦିନରୁ ଗଚ୍ଛିତ ହୋଇ ରହିଥିବାରୁ ସେ ଗୁଡିକର ଫଙ୍ଗସ, ବନ୍ଧା ହୋଇଥିବା ରବର ଗୁଡିକ ତରଳି ଟଙ୍କାରେ ଲାଗିଯିବା, ପୁରୁଣା ଓ ଫଟା ନୋଟ ମଧ୍ୟ ରହିଥିବାରୁ ଟଙ୍କା ଗୁଡିକୁ ସଫା କରାଯାଇ ଯନ୍ତ୍ରରେ ଟଙ୍କା ଗଣା ହେଉଥିବାରୁ ପ୍ରକୃତ କେତେ ଟଙ୍କା ଅଛି ତାହା ହିସାବ କରିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଠାରେ ଜବତ ହୋଇଥିବା ଟଙ୍କା ଆନୁମାନିକ ୩୮ କୋଟି ହୋଇପାରେ।

ସୂଚନାଯୋଗ୍ୟ ଯେ, ବୁଧବାର ଠାରୁ ଆରମ୍ଭ ହୋଇଥିବା ଆୟକର ବିଭାଗର ଚଢ଼ାଉ ଅଭିଯାନ ଶନିବାର ମଧ୍ୟ ଜାରି ରହିଛି। ସମ୍ବଲପୁରର ବଳଦେବ ସାହୁ ଆଣ୍ଡ ସନ୍ସଙ୍କ ଧନୁପାଲି ସ୍ଥିତ ମଦଭାଟି ସହିତ ଏହାର ବଡବଜାର ଠାରେ ଥିବା କାର୍ଯ୍ୟାଳୟ ଉପରେ ଆୟକର ଦଳ ଚଢ଼ାଉ କରି ବସ୍ତା ବସ୍ତା ଟଙ୍କା, ଡାଏରୀ ଓ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରିଛି। ଜବତ ହୋଇଥିବା ଟଙ୍କା ଗୁଡିକୁ ଭାରତୀୟ ଷ୍ଟେଟ ବ୍ୟାଙ୍କର ସ୍ୱତନ୍ତ୍ର କ୍ୟାସ ଭ୍ୟାନ ଜରିଆରେ ସମ୍ବଲପୁର ସ୍ଥିତ ମୁଖ୍ୟ ଶାଖାକୁ ନିଆଯାଇ ଗଚ୍ଛିତ କରାଯାଇ ଟଙ୍କା ଗୁଡିକୁ ଗଣା ଚାଲିଛି। ଶୀଘ୍ର ଟଙ୍କା ଗଣିତ ସାରିବା ପାଇଁ ବ୍ୟାଙ୍କ କତ୍ତୃପକ୍ଷଙ୍କ ତରଫରୁ ଅଧିକ କର୍ମଚାରୀ ଓ ଯନ୍ତ୍ର ନିୟୋଜିତ କରାଯାଇଛି। ଅପରପପକ୍ଷରେ ଏହି ପ୍ରତିଷ୍ଠାନ ସମ୍ବଲପୁର ଜିଲାରେ ଅବକାରୀ ବିଭାଗର ସମସ୍ତ ଟିକସ, ଦେୟ ଆଦି ଠିକଣା ସମୟରେ ପଇଠ କରୁଥିବାର ଅବକାରୀ ବିଭାଗର ଅଧିକାରୀ କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories