ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସମବାୟ ବ୍ୟାଙ୍କ ତରଫରୁ ସମବାୟ ସପ୍ତାହ ପାଳିତ ହୋଇଛି। ଏହି ସମବାୟ ସପ୍ତାହ ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ ହେଉଥିବା ବେଳେ ସରକାରଙ୍କ ବିଭିନ୍ନ ସୁଵିଧା, ସହାୟତାକୁ ଚାଷୀ ମାନଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପାଟଣା ସମବାୟ ବ୍ୟାଙ୍କ ଶାଖା ପରିଚାଳକ ମନୋହର ମହାନ୍ତଙ୍କ ଅଧ୍ୟକ୍ଷତାରେ ସମବାୟ ସପ୍ତାହ ଉଦଘାଟିତ ହୋଇଛି। ସେହିପରି କେନ୍ଦେଇପଶି ଶାଖାରେ ହିମାଂଶୁ ଶେଖର ଦେହୁରୀ, ଡୁମୁରିଆ ଶାଖାରେ ତପସ୍ୱିନୀ ନାଏକ, ମୂଷାଖୋରୀ ଶାଖାରେ ଲୁଲୁ ଦାସ, ଏରେଣ୍ଡେଇ ଶାଖାରେ ଜଗନ୍ନାଥ ନାଏକ ଲ୍ୟାମ୍ପସରେ ଅଧ୍ୟକ୍ଷତା କରିଥିଲେ। ସମବାୟ ସପ୍ତାହ ପାଳନ ଅବସରେ ଲ୍ୟାମ୍ପସ୍ ଡ଼ାଇରେକ୍ଟର ଓ କର୍ମଚାରୀ ମାନଙ୍କ ସମେତ ବିଭିନ୍ନ ଗ୍ରାମର ଚାଷୀ ମାନେ ଉପସ୍ଥିତ ଥିଲେ।
Popular Categories



