ଫୁଲବାଣୀ: ୫-ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ଏବଂ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। କନ୍ଧମାଳ ଜିଲାର ପର୍ଯ୍ୟବେକ୍ଷକ ତଥା ବିହନ ନିଗମର ଅଧ୍ୟକ୍ଷ ବିଜୟ ନାୟକଙ୍କ ନେତୃତ୍ୱରେ ମଙ୍ଗଳବାର ନବୀନ ନିବାସରେ ଶ୍ରୀ ପାଣ୍ଡିଆନଙ୍କୁ ଏହି ବିଧାୟକ ମାନେ ସାକ୍ଷାତ କରିଛନ୍ତି। ବିଶେଷ କରି କନ୍ଧମାଳ ଜିଲାର ବିକାଶ ପାଇଁ ଗତ ଜୁନ୍ ୧୭ ତାରିଖରେ ତତକାଳିନ ୫-ଟି ସଚିବ ଓ ବର୍ତ୍ତମାନର ଅଧ୍ୟକ୍ଷ ଗସ୍ତ କରିଥିଲେ। ଗସ୍ତ ବେଳେ ଜିଲାର ବିଭିନ୍ନ ଦାବି ସହିତ ଜିଲାର ବିଭିନ୍ନ ମନ୍ଦିର, ଗୀର୍ଜାଘର, ମସଜିଦ, ମିଶନ ଗୃହ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅର୍ଥ ମଞ୍ଜୁର କରିଛନ୍ତି।
Popular Categories



