www.samajalive.in
Tuesday, December 9, 2025
26.1 C
Bhubaneswar

ସାମୁହିକ ଶ୍ରାଦ୍ଧ ପାଇଁ ସମ୍ବଲ ସଦସ୍ୟଙ୍କ ତ୍ରିବେଣୀ ସଙ୍ଗମ ଯାତ୍ରା

ସମ୍ବଲପୁର: ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ବଲ ପକ୍ଷରୁ ତୃତୀୟ ସାମୁହିକ ଶ୍ରାଦ୍ଧ ପାଇଁ ଏହାର ୪ ଜଣ ସଦସ୍ୟ ପିଣ୍ଡ ଦାନ ପାଇଁ ତ୍ରିବେଣୀ ସଙ୍ଗମ ଯାତ୍ରା କରିଛନ୍ତି। ଆସନ୍ତା ଶନିବାର ୧୮ ତାରିଖରେ ଅଜଣା ଓ ଅସହାୟ ଶବ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ସ୍ଥାନୀୟ ପାଟଣେଶ୍ୱରୀ କଲ୍ୟାଣ ମଣ୍ଡପ ଠାରେ ସାମୁହିକ ଶ୍ରାଦ୍ଧ କରାଯିବ। ଏଣୁ ବିଧି ଅନୁଯାୟୀ ସମ୍ବଲ ପରିବାରର ସଦସ୍ୟ ସୌରୀ ନାରାୟଣ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଦିଲୀପ ବୋଷ, କାଳିଆ ବାଗ ଓ ମୁକେଶ ବିଶି ପିଣ୍ଡଦାନ ନିମନ୍ତେ ତ୍ରିବେଣୀ ସଙ୍ଗମକୁ ରେଳ ଯୋଗେ ଯାଇଛନ୍ତି। ତ୍ରିବେଣୀ ସଙ୍ଗମ ଯାତ୍ରା କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଅନୁଷ୍ଠାନର ଉପଦେଷ୍ଟା ଉଦ୍ଧବ ମହାପାତ୍ର ଓ ସଞ୍ଜୀବ କୁମାର ନନ୍ଦ ପୁଷ୍ପମାଲ୍ୟ ଅର୍ପଣ କରି ଉତ୍ସାହିତ କରିଥିବା ବେଳେ ଏହି ସମୟରେ ସୁବ୍ରତ କୁମାର ପଣ୍ଡା, ରାମଦାସ ପଣ୍ଡା, ଅମୂଲ୍ୟ ପଟ୍ଟନାୟକ, ସନ୍ତକ ପଣ୍ଡା, ଶମ୍ଭୁ ପଟେଲ, ଆନନ୍ଦ ଅଜାଡିୱାଲ, ଶିବ ମଲ୍ଲିକ, ସ୍ୱୟଂ ପ୍ରକାଶ ନାୟକ ଓ କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ସୁଚନାଯୋଗ୍ୟ ଯେ, ଆସନ୍ତା ୧୬ ତାରିଖରେ ପିଣ୍ଡଦାନ କରି ଫେରିବା ପରେ ଆଗାମୀ ୧୮ ତାରିଖରେ ପଣ୍ଡିତ ମହାସଭା ଦ୍ୱାରା ସକାଳ ୧୦ଟା ୩୦ରେ ଶାନ୍ତି ହୋମ, ପିଣ୍ଡ ଦାନ ଓ ବିଷ୍ଣୁ ସହସ୍ରନାମ ପାଠ କରାଯାଇ ସାମୁହିକ ପ୍ରସାଦର ଆୟୋଜନ ସମ୍ବଳ ପକ୍ଷରୁ କରାଯାଇଛି।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories