କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ଲମ୍ଵତାସାହିରେ ରହି ଆସୁଥିବା ରଘୁନାଥ ପ୍ରଧାନୀଙ୍କ ଅଗଣାରୁ ଧଳା ରଙ୍ଗର ପେଚା ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏକ ଧଳା ରଙ୍ଗର ପେଚା ଉଡ଼ି ଉଡ଼ି ଆସି ରଘୁନାଥ ପ୍ରଧାନୀଙ୍କ ବାଡ଼ରେ ବସିଥିଲା। ଏହାକୁ କିଛି ପିଲା ଦେଖି ଘଉଡାଇବା ରଘୁନାଥ ଦେଖି ବାଡ଼ରେ ଲାଗିଥିବା ପେଚାକୁ ଉଦ୍ଧାର ଥିଲେ। ଏହାକୁ ଆଘାତ ହୋଇଥିବା ଜାଣି ନିକଟସ୍ଥ ବନ ବିଭାଗର ରେଞ୍ଜର ଚନ୍ଦନ ଗମାଙ୍ଗ, ବନରଖୀ ଅକ୍ଷୟ କୁମାର ମିଶ୍ର, ପାରାଗାର୍ଡ ପ୍ରମୁଖ ଡକାଇ ପେଚାକୁ ହସ୍ତାନ୍ତର କରିଥିଲେ। ପେଚା ଆହତ ହୋଇଥିବାରୁ ତାକୁ ପ୍ରାଥମିକ ଚିକିତ୍ସା କରି ନିକଟସ୍ଥ ନିୟମଗିରି ଜଙ୍ଗଲରେ ଛାଡ଼ିଦେଇ ଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।
Popular Categories



