www.samajalive.in
Friday, December 12, 2025
27.1 C
Bhubaneswar

୬ରୁ ଭୁବନେଶ୍ବରରୁ ଜୟପୁର ଉଡ଼ିବ ଦ୍ବିତୀୟ ବିମାନ

ଭୁବନେଶ୍ବର/ଜୟପୁର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜୟପୁର ବିମାନ ବନ୍ଦରକୁ ଗତବର୍ଷ ପ୍ରଥମ ବିମାନ ଉଡିଥିବା ବେଳେ ନଭେମ୍ବର ୬ରୁ ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ଜୟପୁରକୁ ଆଉ ଏକ ବିମାନ ଉଡାଣ କରିବ। ସପ୍ତାହର ସୋମବାର ଓ ଶୁକ୍ରବାର ଦୁଇ ଦିନ ବିମାନ ଚଳାଚଳ କରିବ। ‘ଇଣ୍ଡିଆ ୱାନ୍ ଏୟାର’ ସଂସ୍ଥା ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

ଭୁବନେଶ୍ୱରରୁ ସକାଳ ୭ଟା ୧୦ମିନିଟ୍‌ରେ ବାହାରି ଜୟପୁରରେ ସକାଳ ୮ଟା ୪୫ମିନିଟ୍‌ରେ ବିମାନ ପହଞ୍ଚିବ। ସେହିପରି ଜୟପୁର ବିମାନ ବନ୍ଦରରୁ ସକାଳ ୯ଟାରେ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ପୂର୍ବାହ୍ଣ ୧୦ଟା ୩୫ମିନିଟ୍‌ରେ ବିମାନ ଅବତରଣ କରିବ। ଏହି ବିମାନ ସେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଦ୍ବିତୀୟ ବିମାନ ଉଡାଣ କରିବା ଦ୍ବାରା ବିମାନ ଯାତ୍ରୀଙ୍କ ପାଇଁ ଏହା ବେଶ୍‌ ସହାୟକ ହେବ ବୋଲି କୁହାଯାଉଛି। ଗତବର୍ଷ ଅକ୍ଟୋବର ୩୧ରେ କୋରାପୁଟ ଜିଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଚଳାଚଳ ଶୁଭାରମ୍ଭ କରିଥିଲେ। ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ୱାନ ଏୟାର ବିମାନ ଉଡ଼ିଥିଲା।

- Advertisement -

ଦ୍ବିତୀୟ ବିମାନ ଉଡାଣ କରିବା ଦ୍ବାରା ପ୍ରାଥମିକ ଭାବେ ୨୯୯୯ ଟଙ୍କାରେ ଯାତ୍ରୀମାନେ ଭୁବନେଶ୍ୱର-ଜୟପୁରକୁ ବିମାନରେ ଯାତ୍ରା ଆରମ୍ଭ କରିବାର ସୁବିଧା ରହିଛି। ୯ ସିଟ୍ ବିଶିଷ୍ଟ ପ୍ରଥମ ବିମାନରେ ଯାତ୍ରା ପାଇଁ ଯାତ୍ରୀଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା। ଏପରି କି ଯାତ୍ରୀଙ୍କୁ ଟିକଟ୍‌ ମିଳୁ ନ ଥିବାରୁ ଦ୍ବିତୀୟ ବିମାନ ଉଡାଣ ପାଇଁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ। ରାଜ୍ୟ ସରକାର ଏହି ଦାବି ପୂରଣ କରିଛନ୍ତି, ଯାହାକୁ ନେଇ ଜୟପୁର ବିଧାୟକ ଓ ସ୍ଥାନୀୟ ଲୋକ ଖୁସି ବ୍ୟକ୍ତ କରିଛନ୍ତି। ଲୋକଙ୍କ ଦାବି ପ୍ରକାରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଦ୍ୱିତୀୟ ବିମାନ ଉଡାଣ ଆରମ୍ଭ ହେବାକୁ ଯାଉଛି। ଆଗାମୀ ଦିନରେ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରିବା ପାଇଁ ବିମାନ ସେବା ଯୋଗାଇ ଦେବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ମତ ପ୍ରକାଶ କରିଛନ୍ତି। ଦ୍ବିତୀୟ ବିମାନ ସେବା ଯୋଗାଇ ଦେବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ପ୍ରେରଣ କରାଯାଇଥିଲା। ବର୍ତ୍ତମାନ ଜୟପୁର ବିମାନ ବନ୍ଦର ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଆସନ୍ତା ଦିନରେ ୯ ସିଟ୍‌ ବିଶିଷ୍ଟ ବିମାନ ପରିବର୍ତ୍ତେ ବଡ଼ ବିମାନ ଯାତ୍ରୀଙ୍କ ପାଇଁ ନିଶ୍ଚିତ ଆସିବ ବୋଲି ଜୟପୁର ବିଧାୟକ

ଶ୍ରୀ ବାହିନୀପତି କହିଛନ୍ତି। ଦ୍ବିତୀୟ ବିମାନ ସେବା ସପ୍ତାହକୁ ଦୁଇ ଥର ବଦଳରେ ପ୍ରତିଦିନ ମିଳିବାର ସୁବିଧା କରାଗଲେ ବହୁ ଯାତ୍ରୀ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories