www.samajalive.in
Friday, December 12, 2025
23.1 C
Bhubaneswar

ଉନ୍ନତ ହେବ ବିଜୁ ପଟ୍ଟନାୟକ ବିମାନ ବନ୍ଦର

ଡେସ୍କ: ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆହୁରି ଉନ୍ନତି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଟର୍ମିନାଲ ଲିଙ୍କ ବିଲ୍ଡିଂ କାମ ସରିଥିବା ବେଳେ ଏହାକୁ ନୂଆବର୍ଷ ପୂର୍ବରୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିମାନ ବନ୍ଦର ପକ୍ଷରୁ ସୁରକ୍ଷା ଅନୁମତି (ସିକ୍ୟୁରିଟି କ୍ଳିୟରାନ୍ସ) ପାଇଁ ଆବେଦନ କରାଯାଇଛି। ଏନେଇ ଭୁବନେଶ୍ବର ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଅନୁମତି ମିଳିବା ପରେ ଏସଓପି ପ୍ରସ୍ତୁତ କରାଯିବ। ସମସ୍ତ ସହଭାଗୀଙ୍କ ସହ ଆଲୋଚନା ପରେ କାମ କରିବ ଟର୍ମିନାଲ। ସିଆଇଏସଏଫ, କଷ୍ଟମ, ଏୟାରଲାଇନ ଓ ଇମିଗ୍ରେସନ ଅଧିକାରୀଙ୍କ ସହ ବୈଠକ କରାଯିବ। ବିମାନ ବନ୍ଦର ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାମ ଶେଷ ହୋଇଥିବାରୁ ଖୁବ୍ ଶୀଘ୍ର ସୁରତ, ଡେରାଡୁନ, ଚଣ୍ଡିଗଡ଼ ଓ ଜମ୍ମୁକୁ ନୂଆ ବିମାନ ଚଳାଚଳ କରିବ। ସୁରତ ପାଇଁ ସ୍ଲଟ ଦେବାକୁ ଏୟାରଲାଇନ୍ସକୁ କୁହାଯାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories