www.samajalive.in
Friday, December 12, 2025
27.1 C
Bhubaneswar

ଯନ୍ତାରେ କାବୁ ହେଲା ମଣିଷଖିଆ ବାଘ

ଡେସ୍କ: ନୂଆପଡାରେ ଦେଖା ଦେଇଥିବା ବାଘ ଆତଙ୍କ ଏକ ପ୍ରକାର ଶେଷ ହୋଇଛି। ଜଣେ ମହିଳାଙ୍କୁ ମାରିବା ସହ ଜଣେ ଶିଶୁ ଏହି କଲରାପତରିଆ ବାଘ ଆକ୍ରମଣରେ ଆହତ ହେବା ପରେ ବନବିଭାଗ ସେହି ବାଘକୁ କାବୁ କରିବାରେ ସଫଳ ହୋଇଛି। ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ ଏହି କଲରାପତରିଆ ବାଘ ଆତଙ୍କ ସୃଷ୍ଟି କରିଥିଲା।

ସୂଚନା ଅନୁଯାୟୀ, ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଅନ୍ତର୍ଗତ ସିଲିଆରି ବାହାରା ଗ୍ରାମର ତୁଳାରାମ ମାଝିଙ୍କ ପତ୍ନୀ ପୂର୍ବତନ ୱାର୍ଡମେମ୍ବର ରାମେଶ୍ୱରୀ ମାଝୀ(୪୫) ଶୌଚ ହେବାପାଇଁ ନିଜ ଘର ପଛପଟକୁ ଯାଇଥିଲେ। କିନ୍ତୁ ଅନେକ ସମୟ ପରେ ସେ ଘରକୁ ଫେରି ନଥିଲେ। ଫଳରେ ଘର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ସୁଦ୍ଧା ରାତିତମାମ ତାଙ୍କର ଖୋଜଖବର ମିଳି ନଥିଲା। ଆଜି ସକାଳୁ କିଛି ଲୋକ ଜଙ୍ଗଲ ଆଡକୁ ଯିବା ସମୟରେ ପ୍ରଥମେ ରାମେଶ୍ୱରୀଙ୍କ ମୁଣ୍ଡ ଗୋଟିଏ ସ୍ଥାନରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାସହ କିଛି ଦୂରରେ ଗୋଟିଏ କଲରାପତରିଆ ବାଘ ରାମେଶ୍ୱରୀଙ୍କ ମୃତଶରୀରକୁ ଧରି ଖାଉଥିବାର ଦେଖିବାକୁ ପାଇଥିଲେ। ଲୋକେ ବାଘକୁ ଘଉଡାଇବା ପାଇଁ ଚେଷ୍ଟା କରିବାରୁ ଲୋକଙ୍କ ଆଡକୁ ଝାମ୍ପି ଆସିଥିଲା। ଲୋକେ ଗ୍ରାମକୁ ଆସି ଖବର ଦେବାରେ ଗ୍ରାମବାସୀ ସଂଘବଦ୍ଧ ଭାବରେ ଠେଙ୍ଗାବାଡି ଧରି ଯିବାରେ ବାଘ ମୃତଶରୀର ଛାଡି ପଳାଇଥିଲା।

- Advertisement -

ତେବେସଦର ବ୍ଲକ ଧରମବନ୍ଧା ଥାନା ଅଞ୍ଚଳରେ ମଣିଷଖିଆ ବାଘ କବଳରୁ ଶନିବାର ଏକ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛି।ଧରମବନ୍ଧା ଥାନା ଅନ୍ତର୍ଗତ କୋଦୋପାଲି ଗ୍ରାମର ରାମ ଧରୁଆଙ୍କ ୫ବର୍ଷର ପୁଅ ନୀଳକଣ୍ଠ ଗାଁ ଦାଣ୍ଡରେ ମା ପାଖରେ ବସି ଖେଳୁଥିଲା। ଏହି ସମୟରେ ଅତର୍କିତ ଭାବେ ବାଘ ନୀଳକଣ୍ଠକୁ ଟାଣି ନେଇ ଦୌଡି ପଳାଇଥିଲା। ଏହା ଦେଖି ତାଙ୍କ ମା’ ପାଟି କରିବାରୁ ଆଖପାଖ ପଡୋଶୀ ଠେଙ୍ଗାବାଡି ଧରି ବାଘକୁ ଦୌଡାଇଥିଲେ। ଜଣେ ଯୁବକ ଫୋଫାଡିିଥିବା ଠେଙ୍ଗା ବାଘ ଦେହରେ ବାଜିବା ପରେ ସେ ନୀଳକଣ୍ଠକୁ ଛାଡି ଦେଇ ପଳାଇ ଯାଇଥିଲା। ଶିଶୁଟି ଅନେକ ଆଘାତପ୍ରାପ୍ତ ହୋଇଛି। ଗ୍ରାମବାସୀ ତୁରନ୍ତ ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories