ବେଦାନ୍ତ ଜମି ଦୁର୍ନୀତି ସହ ଜଡିତଙ୍କୁ ଗିରଫ ଦାବିରେ କଂଗ୍ରେସର ବିକ୍ଷୋଭ

କେନ୍ଦୁଝରଗଡ଼: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ଅନୁକମ୍ପାମୂଳକ ଭାବେ ଶାଗମାଛ ମୂଲ୍ୟରେ ଯୋଗାଇ ଦେଇଥିବା ଜମି ପାଇଁ ଶେଷରେ ସୁପ୍ରିମକୋର୍ଟ ଦ୍ୱାରା ନିନ୍ଦିତ ହେବାଯୋଗୁଁ ଦେଶ ବଦନାମ ହେବା ଏବଂ ଦୁର୍ନୀତିକୁ ପ୍ରୋତ୍ସାହନ କରୁଥିବା ବିଜେପି ଓ ବିଜେଡି ଦଳ ବିରୁଦ୍ଧରେ ସାରା ରାଜ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହରେ ସାମିଲ ପରିପ୍ରେକ୍ଷୀରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେନ୍ଦୁଝର ଜିଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନ ଠାରୁ ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ ନେତା ଓ କର୍ମୀ ପିସିସି ସମ୍ପାଦକ ସଂଗ୍ରାମ ଦାସଙ୍କ ନେତୃତ୍ୱରେ ଏକ ଶାଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ପିସିସି ପର୍ଯ୍ୟବେକ୍ଷକ ତଥା ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଶୋଦଗାର କରିଥିଲେ। ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ଜିଲା ଯୁବ କଗ୍ରେସ ସଭାପତି ସୁନେଶ ଧୀର, ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ ପ୍ରମୁଖ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇ ବେଦାନ୍ତ ଜମି ଦୁର୍ନୀତିରେ ଉଭୟ ବିଜେପି ଓ ବିଜେଡି ଦଳର ସଲାସୁତୁରା ପଦାରେ ପଡ଼ିଥିବା କହିବା ସହ ଏହି ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ଘଟଗାଁ ବ୍ଲକ କଂଗ୍ରେସ ସଭାପତି ପ୍ରଭାକର ନାୟକ, ଜିଲା କଂଗ୍ରେସ ଉପସଭାପତି ବସନ୍ତ କୁମାର ଦାସ, କୈଳାସ ଚନ୍ଦ୍ର ବାରିକ, ସୁରଥ ସାହୁ, ଜିଲା ସେବାଦଳ ଅଧ୍ୟକ୍ଷ ବୀରଭଦ୍ର ମହାନ୍ତ, ଜିଲା ରାଜୀବଗାନ୍ଧୀ ପଞ୍ଚାୟତରାଜ ଅଧ୍ୟକ୍ଷ ସୁଦର୍ଶନ ପାଇକରାୟ, ବ୍ଲକ ସଭାପତି ମୁକୁନ୍ଦ ଚରଣ ମହାନ୍ତ, ଉତ୍ତମ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ଦିଲ୍ଲୀପ କୁମାର ସାହୁ, ଲଳିତ ମାହନ ନାୟକ, ରତ୍ନାକର ଜେନା, ଆର୍ତ୍ତତ୍ରାଣ ଦାସ, ଦିଲୁ ସାହୁ, ବିଜୟ କୁମାର ରଣା, ପ୍ରମୋଦ ବେହେରା, ନରହରି ନାୟକ, ଦୟାନିଧିô ମହାନ୍ତ, ଭଞ୍ଜକିଶାର ମିଶ୍ର, ପ୍ର୍ରବୀଣା ଦଣ୍ଡପାଟ, ପ୍ରହ୍ଲାଦ ନାୟକ, ଭାଗିରଥି ସାହୁ, ଉତ୍ତମ ପଲେଇ, ଏସ ଶକ୍ତିସୁରୂପ, ସଂଗ୍ରାମ ବେହେରା, ମାନସ ବେହେରା, ଆକାଶ ବେହେରା, ସୌମ୍ୟରଞ୍ଜନ ପଲେଇ, ଓମପ୍ରକାଶ ବେହେରା, ଆଶିଷ ସେଠୀ, ଶୁଭମ ରାଉତ,ବାପୁନ ବେହେରା ଓ ତ୍ରିଲାଚନ ନାୟକ ପ୍ରମୁଖ ସକ୍ରିୟ ସହଯାଗ କରିଥିଲେ।

Comments are closed.