BJD Bijuli 480×75 Mob

ସନ୍ଧ୍ୟା ୬ଟା ମୁଖ୍ୟ ଖବର

BJD Bijuli 480×75 Mob

– ସିଝୁଛି ଓଡ଼ିଶା, ୨୩ ଓ ୨୪ ତାରିଖରେ ରାଜଧାନୀ ସହ ସାରା ରାଜ୍ୟରେ ବର୍ଷା ସମ୍ଭାବନା

– ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି, ଦିନ ସାଢେ ୨ଟାରେ ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ, ଝାରସୁଗୁଡ଼ା ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ

– ଭୁବନେଶ୍ବର ୪୧.୮ ଡିଗ୍ରୀ ସେଲସିୟସ, ସମ୍ବଲପୁର ୪୨.୮, ହୀରାକୁଦ ୪୧.୬, ଚାନ୍ଦବାଲି ୪୦.୬, କେନ୍ଦୁଝର ୪୦, ବାଲେଶ୍ବର ୩୬.୪, ପୁରୀ ୩୪ ଡିଗ୍ରୀ

– ଭୋଗପୁରରୁ ଚିହ୍ନଟ ହେଲା ୭୦୦ ବର୍ଷ ପୁରୁଣା ଗଜସିଂହ ମଣ୍ଡପ, ଆରୋହଣ କରୁଥିଲେ ସମ୍ରାଟ ଲାଙ୍ଗୁଳା ନରସିଂହ ଦେବ

– ଚୀନ୍‌କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ପାଲଟିଛି ଭାରତ, ଜାତିସଂଘ ତଥ୍ୟ ଅନୁଯାୟୀ, ଭାରତର ଜନସଂଖ୍ୟା ୧୪୨.୮୬ କୋଟିକୁ ବୃଦ୍ଧି ପାଇଛି, ଚୀନର ଜନସଂଖ୍ୟା ୧୪୨.୫୭ କୋଟି ରହିଛି

– ବେଦାନ୍ତ ପ୍ରସଙ୍ଗରେ ନବୀନଙ୍କ ଇସ୍ତଫା ଦାବି କଲା ଭାରତୀୟ ବିକାଶ ପରିଷ

– ବାଲେଶ୍ବର: ବୁଢାବଳଙ୍ଗ ନଦୀରେ ବୁଢି ୨ ମୃତ, ଗାଧୋଇବା ବେଳେ ନଦୀରେ ବୁଡି ଗଲେ, ରେମୁୁଣା ବ୍ଲକ ପତୁକା ଶାସନ ଗାଁ ଘାଟରେ ଗାଧୋଉଥିଲେ, ମୃତକ ହେଉଛନ୍ତି ଦାଦା ପୁତୁରା

– କଟକ ସ୍ୱେରେଜ୍ ଟାଙ୍କି ଭିତରେ ଶ୍ରମିକ ମୃତ୍ୟୁ ଘଟଣା, ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଲେ ଜାତୀୟ ମାନବାଧିକାର କମିଶନ

– ସମ୍ବଲପୁର ଜିଲାରେ ପୁଣି ୨୪ ଘଣ୍ଟା ଇଣ୍ଟର୍‌ନେଟ୍‌ ସେବା ବନ୍ଦ

– ରାୟଗଡ଼ା ଜିଲ୍ଲା ସଦର ଥାନାରୁ ଦୁଇ ଜଣ ଅଭିଯୁକ୍ତ ଫେରାର ଘଟଣାରେ ୪ ଜଣ ପୁଲିସ କର୍ମଚାରୀ ନିଲମ୍ବିତ

– ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ରାଜ୍ୟର ସମସ୍ତ ପ୍ରଥମରୁ ଦ୍ୱାଦଶ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ

– ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ, ସନ୍ଧ୍ୟା ୬ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଙ୍କ ଦର୍ଶନ ବନ୍ଦ

– ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆଜି ରାଜ୍ୟର ୧୪ ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ଡାକରା, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନକୁ ବିଜେପିର ସମର୍ଥନ

– ପରୀକ୍ଷା ବେଳେ ବନ୍ଦ ଡାକରା ଦୁଃଖଦାୟକ – ବିଜେଡି, ସନ୍ଧ୍ୟାରେ ଶାନ୍ତି ପଦଯାତ୍ରା କରିବ ବିଜେଡି

– ଆଇପିଏଲ ୨୦୨୩ – ଆଜି ରାଜସ୍ଥାନ ରୟାଲ୍‌ସ ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ମଧ୍ୟରେ ମୁକାବିଲା

– କର୍ଫ୍ୟୁରେ କୋହଳ ଅବଧି ବୃଦ୍ଧି, ଆଜି ସମ୍ବଲପୁରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

– ଡଲାର, ପାଉଣ୍ଡ ଏବଂ ୟୁରୋ ପରେ ବୈଶ୍ବିକ ସ୍ତରରେ ଭାରତୀୟ ଟଙ୍କା ଚତୁର୍ଥ ଅନ୍ତର୍ଜାତୀୟ ମୁଦ୍ରା ହୋଇଛି

– ମେ ୨୧ରେ ହେବ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଜେଏସ୍‌ ୨୦୨୨ ପ୍ରିଲିମିନାରୀ ପରୀକ୍ଷା, ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ମିଳିବ ଅଧିକ ୩୦ ମିନିଟ ସମୟ

– ମେ’ ୫ରୁ ବିଦ୍ୟାଳୟରେ ଖରାଛୁଟି, ପିଲାଙ୍କୁ ଦିଆଯିବ ଅବକାଶକାଳୀନ ଶିକ୍ଷା

Comments are closed.