www.samajalive.in
Tuesday, December 9, 2025
26.1 C
Bhubaneswar

ଆହୁରି ୨ ଦିନ କଲବଲ କରିବ ଗ୍ରୀଷ୍ମ ପ୍ରବାହ

ଡେସ୍କ: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୨ ଦିନ ଯାଏଁ ଏଭଳି ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟର ବୈଜ୍ଞାନିକ ଡଃ ସଂଜୀବ ଦ୍ୱିବେଦୀ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ପାଣିପାଗରେ କୌଣସି ପରିବର୍ତ୍ତନ ସୂଚନା ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର ଡାବୁଗାଁରେ ୫.୨ ମିଲିମିଟର ବର୍ଷା ହୋଇଯାଇଛି। ଆଜି ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା ବାରିପଦାରେ ୪୪.୫ ଏବଂ ନୂଆପଡାରେ ୪୪.୪ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ଦିନ ତାପମାତ୍ରା ୪୨.୫ ଓ କଟକରେ ଦିନ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ଅନ୍ୟ ସହରଗୁଡିକରେ ମଧ୍ୟ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି।

ବଲାଙ୍ଗୀରରେ ୪୪, ବୌଦ୍ଧରେ ୪୩.୯, ତାଳଚେରରେ ୪୩.୮, ଅନୁଗୁଳରେ ୪୩.୭, ଝାରସୁଗୁଡାରେ ୪୩.୬, ରାଉରକେଲାରେ ୪୩.୩ ଓ ସମ୍ବଲପୁରରେ ୪୩.୨ ଡିଗ୍ରୀ ତାପମାତ୍ରା ରହିଥିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟର କେତେକ ଅଂଚଳରେ କାଳବୈଶାଖୀ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆଜି ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଦିଆଯାଇଥିବା ବେଳେ ଆସନ୍ତାକାଲି ୬ଟି ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି।

- Advertisement -

ଆସନ୍ତା ୨ ଦିନ ଯାଏଁ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ। କେତେକ ସ୍ଥାନରେ ତାପମାତ୍ରାରେ ୨-୩ ଡିଗ୍ରୀ ବୃଦ୍ଧି ଘଟିବା ସମ୍ଭାବନା ରହିଥିବା ବେଳେ ପରେ ଏହି ତାପମାତ୍ରାରେ ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories