ବ୍ୟାଟେରୀ ଗାଡି ଚାର୍ଜିଂ ବେଳେ ଜଳିଗଲା ପୁରା ସୋ ରୁମ୍‌

ଶ୍ରୀକାକୁଲମ- ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲାରେ ଏକ ବ୍ୟାଟେରୀ ଗାଡି ସୋ ରୁମ୍‌ରେ ଚାର୍ଜିଂ ବେଳେ ନିଆଁ ଲାଗିଯାଇଥିବା ସୂଚନା । ଏଥିରେ ପ୍ରାୟ ୯୦ ଟି ଗାଡି ପୋଡିଯାଇଛି । ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ ପାଖରେ ଥିବା ଏକ ହାର୍ଡଓ୍ୱାର ସୋରୁମ୍‌ରେ ମଧ୍ୟ ନିଆଁ ଲାଗିଯାଇଥିଲା । ସୂଚନା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ।

ହେଲେ ସେତେ ବେଳକୁ ସମ୍ପୂର୍ଣ୍ଣ ସୋ ରୁମ୍‌ରେ ନିଆଁ ଲାଗି ସାରିଥିଲା । ଏହି ଘଟଣାରେ କେହି ହତାହତ ହୋଇ ନଥିବା ସୂଚନା ମିଳିଛି ।

Comments are closed.