www.samajalive.in
Sunday, December 7, 2025
14.1 C
Bhubaneswar

ସମ୍ବଲପୁରରେ ଅଗ୍ନିବୀର ପରୀକ୍ଷା ସମୟରେ ପରିବର୍ତନ

ସମ୍ବଲପୁର: ସମ୍ବଲପୁରରେ ପଥର ଫିଙ୍ଗିବା ଓ ଶୋଭାଯାତ୍ରା ସମୟରେ ହିଂସା ଘଟଣା ନେଇ କର୍ଫ୍ୟୁ ବଳବତ୍ତର ଥିବାରୁ ଆସନ୍ତାକାଲିଠାରୁ ହେବାକୁ ଥିବା ଅଗ୍ନିବୀର ପରୀକ୍ଷା ସମୟରେ ପରିବର୍ତନ କରାଯାଇଛି। ସମ୍ବଲପୁର ସେନା କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଆଧାରରେ ଆମ ସମ୍ବଲପୁର ସମ୍ବାଦଦାତା ଜଣାଇଛନ୍ତି ଯେ ସମ୍ବଲପୁରରେ ଏପ୍ରିଲ ୧୭ ଓ ୧୮ରେ ହେବାକୁ ଥିବା ଅଗ୍ନିବୀର ପରୀକ୍ଷା ୧୯, ୨୦ ଓ ୨୧ ତାରିଖରେ ହେବ। ଏଥିପାଇଁ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ସେହି ନମ୍ବର ଦୁଇଟି ହେଉଛି ୦୬୬୩-୨୫୨୦୮୪୫ ଓ ୦୬୬୩-୨୯୫୦୩୫୯। ପ୍ରାର୍ଥୀମାନେ ଏହି ହେଲ୍ପଲାଇନ ଜରିଆରେ ଆବଶ୍ୟକ ସୂଚନା ପାଇପାରିବେ।

ତେବେ ଆଜି ଯେଭଳି ଭାବେ ଜିଲ୍ଲା ପ୍ରଶାସନ ପରୀକ୍ଷାର୍ଥୀଙ୍କ ପାଇଁ ପରିବହନ ଓ ସୁରକ୍ଷା ବ୍ୟବସ୍ଥା କରିଛି, ଅଗ୍ନିବୀର ପରୀକ୍ଷା ପାଇଁ କିଭଳି ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଜଣ ପଡ଼ିନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories