ନୀଳଗିରି: କୁଲଡିହା ଅଭୟାରଣ୍ୟରେ ପୁଣି ଏକ ଅଭାବନୀୟ ପରିସ୍ଥିତି ଉପୁଜିଛି। ଦନ୍ତା ଲଢେଇରେ ଗୋଟେ ଛୁଆ ଅଣ୍ଡିରା ହାତୀର ପ୍ରାଣହାନି ଘଟିଛି। ବାଲେଶ୍ବର ଜିଲ୍ଲା ନୀଳଗିରିରେ ଥିବା କୁଲଡିହା ଅଭୟାରଣ୍ୟର ଝରଣଘାଟି ସେକ୍ସନର ପୁରୁଣାପାଣି ବିଟ୍ ନିକଟ ଡ଼ାଙ୍ଗର ପୋଖରୀ ନିକଟରେ ୨ଟି ଦନ୍ତା ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିଲା। ବଡ ଦନ୍ତାର ବାରମ୍ବାର ଆକ୍ରମଣ ଯୋଗୁ ଛୁଆ ହାତୀର ଶୋଚନୀୟ ମୃତ୍ୟୁ ଘଟିଛି। ଖବର ପାଇ କୁଲଡିହା ବନାଞ୍ଚଳ ଅଧିକାରୀ ଅନନ୍ତ ଜେନା ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିଛନ୍ତି। ସୂଚନା ଯେ, ଜଙ୍ଗଲରେ ବଡ ଦନ୍ତା ହାତୀମାନେ ଛୁଆ ଅଣ୍ଡିରା ହାତୀକୁ ନିଜର ପ୍ରତିଦ୍ୱନ୍ଦୀ ବୋଲି ଭାବନ୍ତି। ଏଥି ପାଇଁ ସେମାନେ ଛୁଆ ଦନ୍ତାଙ୍କୁ ମାରିବାକୁ ଚେଷ୍ଟା କରନ୍ତି। ଦନ୍ତା କବଳରୁ ମା’ ହାତୀ ହିଁ ସେମାନଙ୍କ ଛୁଆଙ୍କୁ ସୁରକ୍ଷା ଦେଇଥାନ୍ତି। କିନ୍ତୁ ଏହି ଲଢେଇ ବେଳେ ମା’ ହାତୀର ଅନୁପସ୍ଥିତି ଯୋଗୁ ଛୁଆ ହାତୀର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ମାତ୍ର ବର୍ଷକ ଭିତରେ କୁଲଡିହା ଅଭୟାରଣ୍ୟରେ ୯ଟି ହାତୀ ମରିଥିବା ସୂଚନା ମିଳିଛି।
Popular Categories



