www.samajalive.in
Sunday, December 14, 2025
23.1 C
Bhubaneswar

ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକାଙ୍କୁ ହତ୍ୟା ଧମକ, ଥାନାରେ ଅଭିଯୋଗ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ କଇଥା ପଂଚାୟତ ସ୍ଥିତ ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଗାଳିଗୁଲଜ ସହ ହତ୍ୟା ଧମକ ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏହି ସଂସ୍କୃତ ମହାବିଦ୍ୟାଳୟରେ ଗତ କିଛି ଦିନ ହେବ ବ୍ୟାପକ ଅନିୟମିତତା ସହ ଅଧ୍ୟକ୍ଷ-ଅଧ୍ୟାପିକାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏ ନେଇ କୋର୍ଟ ଠାରୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ମାମଲା ରହିଛି। ଏ ନେଇ ଆଜି ମାହାଙ୍ଗା ଥାନା କେସ ନଂ ୧୦୪/୨୩ରେ ହୋଇଥିବା ଅଭିଯୋଗର ତଦନ୍ତ ନିମନ୍ତେ କଟକ ଗ୍ରାମାଂଚଳ ଅତିରିକ୍ତ ଆରକ୍ଷୀ ନିରୀକ୍ଷକ କେପି ପଟ୍ଟନାୟକଙ୍କ ସହ ମାହାଙ୍ଗା ଥାନା ଅଧିକାରୀ ବିଜୟ କୁମାର ମଲିକ ମହାବିଦ୍ୟାଳୟରେ ପହଂଚି ଅଭିଯୋଗର ତଦନ୍ତ କରି ଅପରାହ୍ନରେ ଫେରିଥିଲେ।

- Advertisement -

ତେବେ ମହାବିଦ୍ୟାଳୟରେ ଥିବା ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥାପନ ପଞ୍ଜିକାରେ ମହାବିଦ୍ୟାଳୟ ପରିତ୍ୟାଗ ସମୟ ଲେଖି ଫେରୁଥିବା ସମୟରେ ହଠାତ୍‌‌ କଲେଜ ପରିସରରେ ସ୍ଥାନୀୟ ଅଂଚଳର ମାନୁଧର ନାୟକ ଓ ତାଙ୍କ ପୁତ୍ର ଶୋଭରାଜ, ଆଦିତ୍ୟରାଜ, ଶଶଧର ନାୟକ, ସୂର୍ଯ୍ୟମଣି ପାଲ, ଟିଟୁଆ ଗାହାଣ ଓ ନୃସିଂହ ସାହୁ ପ୍ରମୁଖ ମହାବିଦ୍ୟାଳୟର ଅଧ୍ୟକ୍ଷା ସ୍ଵର୍ଣ୍ଣଲତା ବେହେରା ଓ ତାଙ୍କ ସ୍ୱାମୀଙ୍କ ଇଙ୍ଗିତରେ ଅଧ୍ୟାପିକା ନିରୁପମା ରାଉତ, ବବିତା ସାହୁ, ଅଧ୍ୟାପକ ଶଶଧର ପତି, ଅଧିର ଆଚାର୍ଯ୍ୟ, ଦୁଷ୍ମନ୍ତ କୁମାର ଘଡାଇ ପ୍ରମୁଖଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରି ଜୀବନରୁ ମାରି ଦେବାକୁ ଧମକ ଦେଇ ଟଣାଓଟରା କରି ଜିନିଷ ପତ୍ର ଛଡାଇ ନେଇଥିବା ନେଇ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପକ୍ଷରୁ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି। ରିପୋର୍ଟ ଲେଖା ହେବା ବେଳକୁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories