www.samajalive.in
Monday, December 15, 2025
26.1 C
Bhubaneswar

ଚୀନ୍‌ରେ ବ୍ୟାପିଛି ବର୍ଡ ଫ୍ଲୁ-ବିଶ୍ୱର ପ୍ରଥମ ଏଚ୍‌୩ଏନ୍‌୮ ଆକ୍ରାନ୍ତଙ୍କର ମୃତ୍ୟୁ ଚୀନ୍‌ରେ

ବେଜିଂ- ଚୀନ୍‌ରେ ଏବେ ବର୍ଡଫ୍ଲୁ ବ୍ୟାପିଛି । ବିଶ୍ୱର ପ୍ରଥମ ଏଚ୍‌୩ଏନ୍‌୮ ଭୁତାଣୁ ଆକ୍ରାନ୍ତଙ୍କ ମୃତ୍ୟୁ ଚୀନ୍‌ରେ ହୋଇଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଜଣେ ୫୬ ବର୍ଷୀୟ ଚୀନ୍‌ ମହିଳା ଏଚ୍‌୩ଏନ୍‌୮ ଭୁତାଣୁ ବା ବର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ମାତ୍ର ଏହି ଭୁତାଣୁ ଶୀଘ୍ର ବ୍ୟାପେ ନାହିଁ । ମହିଳା ଜଣଙ୍କ ଏଚ୍‌୩ଏନ୍‌୮ ଭୁତାଣୁରେ ଆକ୍ରାନ୍ତ ମଧ୍ୟରେ ତୃତୀୟ ବ୍ୟକ୍ତି ଥିଲେ । ଏହି ଭୁତାଣୁ ଦ୍ୱାରା ସମସ୍ତ ଆକ୍ରାନ୍ତ ଚୀନ୍‌ର । ଗତ ବର୍ଷ ଚୀନ୍‌ରେ ଏହି ଭୁତାଣୁ ଦ୍ୱାରା ୨ ଜଣ ଆକ୍ରାନ୍ତ ହୋଇଥିଲେ ।

- Advertisement -


ଏଚ୍‌୩ଏନ୍‌୮ ଭୁତାଣୁ ଆକ୍ରାନ୍ତ ମହିଳାଙ୍କର ଗୁରୁତର ନିମୋନିଆ ହୋଇଥିଲା । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମହିଳା ଜଣଙ୍କ ଆଗରୁ ଅନେକ ରୋଗରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories