www.samajalive.in
Saturday, December 13, 2025
27.1 C
Bhubaneswar

ବୌଦ୍ଧ ରାମଲୀଳାରେ ଲକ୍ଷ୍ମଣ ଶକ୍ତିଭେଦ

ବୌଦ୍ଧ: ପ୍ରବଳ ଜନଗହଳି ମଧ୍ୟରେ ବୌଦ୍ଧର ପ୍ରସିଦ୍ଧ ରାମଲୀଳା ଯାତ୍ରାର ତ୍ରୟୋଦଶ ଦିବସରେ ମଞ୍ଚସ୍ଥ ହୋଇଛି ନାଟକ ଲକ୍ଷ୍ମଣ ଶକ୍ତିଭେଦ। ରାବଣ ସବୁଠାରୁ ପ୍ରିୟ ପୁତ୍ର ଇନ୍ଦ୍ରଜିତର ମୃତ୍ୟୁରେ ଶୋକସାଗରରେ ବୁଡିଯାଇଛି। ସଂପୁର୍ଣ୍ଣ ଲଙ୍କା ନଗରୀ ଇନ୍ଦ୍ରଜିତର ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିବାବେଳେ ପୁତ୍ର ମୃତ୍ୟୁର ପ୍ରତିଶୋଧ ନେବାକୁ ନିଜେ ଯୁଦ୍ଧଯାତ୍ରା କରିବାକୁ ପ୍ରସ୍ତୁତି କରିଛି। ଯୁଦ୍ଧକ୍ଷେତ୍ରରେ ଶ୍ରୀରାମ ଓ ରାବଣ ପ୍ରଥମ ଥର ପାଇଁ ସମ୍ମୁଖ ଯୁଦ୍ଧରେ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହେବାପରେ ରାବଣ ମାୟାଯୁଦ୍ଧ ସହିତ ପୁତ୍ର ହତ୍ୟାର ପ୍ରତିଶୋଧ ନେବାକୁ ହାସଲ କରିଥିବା ଅମୋଘ ଶକ୍ତିକୁ ଲକ୍ଷ୍ମଣଙ୍କ ଉପରକୁ ପ୍ରହାର କରିଛି। ଶକ୍ତିର ପ୍ରହାରରେ ଲକ୍ଷ୍ମଣ ଚେତାଶୂନ୍ୟ ହୋଇ ଟଳି ପଡ଼ିଛନ୍ତି। ଏହାକୁ ନେଇ ଶ୍ରୀରାମଙ୍କ ଶିବିରରେ ଦୁଃଖ ଓ ଆଶାଙ୍କାର ବାତାବରଣ ସୃଷ୍ଟି ହୋଇଛି। ଶ୍ରୀରାମ ଦୁଃଖରେ ଭାଙ୍ଗିପଡ଼ିବା ସହିତ ଭାଇକୁ ସାଙ୍ଗରେ ନେଇ ବନବାସରେ ଆସିଥିବାବେଳେ ତାକୁ ଛାଡି ଏକୁଟିଆ କିପରି ରାଜ୍ୟକୁ ଫେରିବି ବୋଲି ଚିନ୍ତା ପ୍ରକଟ କରିଛନ୍ତି। ଲକ୍ଷ୍ମଣଙ୍କ ଚିକିତ୍ସା ପାଇଁ ଲଙ୍କାର ରାଜବୈଦ୍ୟଙ୍କୁ ହନୁମାନ ଉଠାଇ ଆଣିବାପରେ ତାଙ୍କ ଚେତା ଫେରାଇବାକୁ ହିମାଳୟରେ ମିଳୁଥିବା ଦୁର୍ଲଭ ବିଷଲ୍ୟକରଣି ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି। ଏହାକୁ ନେଇ ଶ୍ରୀରାମଙ୍କ ଶିବିରରେ ଚିନ୍ତା ପ୍ରକାଶ ପାଇଛି। ଶ୍ରୀରାମଙ୍କ ଆଦେଶକ୍ରମେ ହନୁମାନ ବିଷଲ୍ୟକରଣି ଆଣିବାକୁ ହିମାଳୟ ଯାତ୍ରା କରିଛନ୍ତି। ରାବଣର ଆଦେଶକ୍ରମେ କାଳନେମୀ ହିମାଳୟରେ ଛଦ୍ମବେଶରେ ଯାଇ ହନୁମାନଙ୍କ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିବାକୁ ଉଦ୍ୟମ କରି ତାଙ୍କ ଦ୍ୱାରା ମୃତ୍ୟୁ ହୋଇଥିଲା। ହିମାଳୟରେ ହନୁମାନ ବିଷଲ୍ୟକରଣି ଚିହ୍ନଟ କରିନପାରି ଶେଷରେ ସଂପୁର୍ଣ୍ଣ ଗନ୍ଧମାର୍ଦ୍ଦନ ପାହାଡକୁ ଉଠାଇ ଆକାଶ ମାର୍ଗରେ ନେଇ ଆସିବା ପରେ ରାଜବୈଦ୍ୟଙ୍କ ଦ୍ୱାରା ବିଷଲ୍ୟକରଣି ଦ୍ୱାରା ଲକ୍ଷ୍ମଣଙ୍କ ଚେତା ଫେରିଆସିଥିଲା। ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ରଚିତ ଓ ଭାବାନୀଶଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନାଟକରେ ଶ୍ରୀରାମ ଭୂମିକାରେ ଶିରିଶ ବେହେରା,ସୀତା ବିଶ୍ୱାମିତ୍ର ସାହୁ,ଲକ୍ଷ୍ମଣ ଦନାର୍ଦ୍ଦନ ମିଶ୍ର,ହନୁମାନ ଶାନ୍ତନୁ ବେହେରା,ସୁଗ୍ରୀବ ଦିବାକର ଜେନା, ବିଭୀଷଣ ପ୍ରମୋଦ ପ୍ରଧାନ ,ରାବଣ ସୁଦାମ ବେରିହା ଓ କାଳନେମୀ ଭୁମିକାରେ ଚକ୍ରଧର ସାହୁ ପ୍ରମୁଖ ଉଚ୍ଚକୋଟିର ଅଭିନୟ କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories