ବୌଦ୍ଧ: ସମଗ୍ର ଦେଶରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ଦେଖାଦେଇଛି। ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସଚେତନତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗ୍ରାମକୁ ଗ୍ରାମ ଯାଇ ନିଶା ଖାଉଥିବା ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖି ତାକୁ ବୁଝାସୁଝା କରି ନିଶାରୁ ଦୂରେଇବା ପାଇଁ ଯତ୍ନବାନ ହେବେ। ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ରବିନ୍ଦ୍ର କୁମାର କହଁର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ ଯୋଗଦାନ କରିଥିଲେ କ୍ଷ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ସିନିଅର ରାଜ୍ୟ ସଂଯୋଜିକା ପ୍ରଜ୍ଞା ଜେନ, ସଂଯୋଜକ ଲାଲଖୋଲେନ କର୍ମଶାଳାରେ ମାଷ୍ଟର ଟ୍ରେନର ସ୍ବେଛାସେବୀମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ।
Popular Categories



