www.samajalive.in
Sunday, December 14, 2025
23.1 C
Bhubaneswar

ଜିଲାପାଳଙ୍କ କାର୍ଯ୍ୟାଳୟକୁ ଅନଧିକୃତ ପ୍ରବେଶ କରିଥିବା ବ୍ୟକ୍ତି ପୁଲିସ ଦ୍ୱାରା ଅଟକ

ସମ୍ବଲପୁର: ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ବିନା ଅନୁମତିରେ ପ୍ରବେଶ କରି ସେଠାରେ ଥିବା ବିଭିନ୍ନ ସେକ୍ସନ କାର୍ଯ୍ୟାଳୟ ଗୁଡିକୁ ଜଣେ ବ୍ୟକ୍ତି ବୁଲୁଥିବା ବେଳେ ଟାଉନ ପୁଲିସ ତାକୁ ଧରି ଅଟକ ରଖିଛି। ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଜଣେ ଅଜଣା ବ୍ୟକ୍ତି ପ୍ରବେଶ କରି ବିଭିନ୍ନ ସେକ୍ସନ କାର୍ଯ୍ୟାଳୟ ଗୁଡିକରେ ସେ ସନ୍ଦେହଜନକ ଭାବରେ ବୁଲୁଥିବା ଦେଖି କାର୍ଯ୍ୟରତ କର୍ମଚାରୀ ମାନେ ଟାଉନ ପୁଲିସକୁ ଖବର ଦେଇଥିଲେ। ଏଣୁ ତୁରନ୍ତ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିକୁ କାବୁ କରିବା ସହିତ ପଚରାଉଚୁରା କରିଛି। ବ୍ୟକ୍ତି ଜଣକ ଜଣେ ଅଣ ଓଡିଆ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ତାକୁ ଅଧିକ ପଚରାଉଚୁରା ପୁଲିସ କରୁଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories