www.samajalive.in
Sunday, December 14, 2025
23.1 C
Bhubaneswar

୩୦ କିଗ୍ରା ଗଞ୍ଜେଇ ସମେତ ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲାରେ ନିଶା କାରବାରକୁ ଉପରେ ପ୍ରଭାବୀ ଅଙ୍କୁଶ ଲଗାଇବା ଲକ୍ଷ୍ୟ ନେଇ ଅବକାରୀ ବିଭାଗ ପକ୍ଷରୁ ଚାଲିଥିବା ନିୟମିତ ଧରପଗଡ଼ ଅଭିଯାନ କ୍ରମରେ ବୁଧବାର ସକାଳ ସମୟରେ ୩୦ କିଗ୍ରା ଗଞ୍ଜେଇ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ରାଜ୍ୟ ରାଜପଥ ସଂଖ୍ୟା ୧୦ ବିଜୁ ଏକ୍ସପ୍ରେସ ୱେ ର ଶାସନ ଥାନା ଅର୍ନ୍ତଗତ କମଳ ଛକ ନିକଟରେ ଚେକିଂ କରାଯାଉଥିଲା। ଏହି ସମୟରେ ଏକ ସନ୍ଦିଗ୍ଧ ଲାଲ ରଙ୍ଗର ଫିଆଟ ଗାଡିକୁ ଅବକାରୀ ଦଳ ଅଟକାଇଥିଲେ। ଗାଡିକୁ ଯାଞ୍ଚ କରିବାରୁ ପ୍ରଥମେ କିଛି ମିଳି ନ ଥିବା ବେଳେ ପରବର୍ତ୍ତୀ ସମୟରେ ଗାଡିରେ ଲୁକ୍କାୟିତ ଭାବରେ ରଖାଯାଇଥିବା ୨ଟି ଜରି ବସ୍ତା ମଧ୍ୟରୁ ୧୫ କିଗ୍ରା ଲେଖାଏଁ ସମୁଦାୟ ୩୦ କିଗ୍ରା ଗଞ୍ଜେଇ ଜବତ ହୋଇଥିଲା। ଜବତ ହୋଇଥିବା ଗଞ୍ଜେଇ ଓ ଗାଡିର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ଏ ସର୍ମ୍ପକରେ ବିହାର ରାଜ୍ୟ ଭୋଜପୁର ଜିଲା ନିବାସୀ ବାବଲୁ ଲାଲ (୨୯) ଏବଂ ବୈଶାଳୀ ଜିଲା ନିବାସୀ ପ୍ରିନ୍ସ ରାଜ (୨୩) ଙ୍କୁ ଅବକାରୀ ଦଳ ଗିରଫ କରି ଅଦାଲତକୁ ଚାଲାଣ କରଛି। ବଲାଙ୍ଗୀର ଜିଲାରୁ ଝାରଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ôଚ ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଅବକାରୀ ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା କହିଛନ୍ତି। ଆଗକୁ ମଧ୍ୟ ଏଭଳି ଚେକିଂ ଆହୁରୀ ଜୋରଦାର କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories