www.samajalive.in
Sunday, December 14, 2025
23.1 C
Bhubaneswar

ଜିବେ ନିଷ୍ଠୁରତା ନିରୋଧ ସମିତିର ବୈଠକ

ସମ୍ବଲପୁର: ସମ୍ବଲପୁର ଜିଲା ନିଷ୍ଠୁରତା ନିରୋଧ ସମିତି ପକ୍ଷରୁ ଏକ ବୈଠକ ବୁଧବାର ପୂର୍ବାହ୍ନରେ ଆୟୋଜିତ ହୋଇଯାଇଛି। ଜିଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପୋଟାପାଲି ସ୍ଥିତ ଶ୍ରୀକୃଷ୍ଣ ଗୋଶାଳାକୁ ୧୭ ଲକ୍ଷ ୮୬ ହଜାର ୧ ଶହ ଓ କଳାମାଟି ସ୍ଥିତ ହରିଓଁ ବାବା ଅନନ୍ତବନ ଗୋଶାଳାକୁ ୨୬ ଲକ୍ଷ ୩୪ ହଜାର ଟଙ୍କାର ଅନୁଦାନ ରାଶି ସମ୍ବଳିତ ଚେକ ରାଜ୍ୟ ଜୀବ ମଙ୍ଗଳ ସମିତି ଦ୍ୱାରା ପ୍ରଦାନ କରାଯାଇଛି। ଏହି ୨ଟି ଗୋଶାଳା ଦ୍ୱାରା ପ୍ରତିପାଳିତ ଅସହାୟ, ଅନାଥ ଗୋ ସମ୍ପଦର ପାଳନ ଓ ରକ୍ଷଣାବେକ୍ଷଣ ନିମନ୍ତେ ୨ଟି ରାଜିନାମା ମଧ୍ୟ ସ୍ୱାକ୍ଷର କରାଯାଇଛି। ବର୍ତ୍ତମାନ ଶ୍ରୀକୃଷ୍ଣ ଗୋଶାଳାରେ ୫୫୬ଟି ଏବଂ ହରିଓଁ ବାବା ଗୋଶାଳାରେ ୬୦୩ଟି ଅସହାୟ ଗାଈ ଗୋରୁ ପ୍ରତିପାଳିତ ହେଉଛନ୍ତି। ଏଥି ସହ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଅସହାୟ ଏବଂ ରାସ୍ତାରେ ବୁଲୁଥିବା ଗାଈଗୋରୁ ମାନଙ୍କୁ ସୁରକ୍ଷା ଦେବା ସହିତ ସେମାନଙ୍କୁ ଗୋଶାଳା ଗୁଡିକରେ କିଭଳି ଭାବରେ ଥଇଥାନ କରାଯିବ, ତାହା ଉପରେ ଗୋଶାଳାର ସଦସ୍ୟ ମାନଙ୍କ ସହିତ ଆଲୋଚନା କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲା ପରିଷଦ ରମେଶ ହାଁସଦା, ମହାନଗର ନିଗମ ଡେପୁଟି କମିଶନର ନିଗମ ଶଙ୍କର ସାହୁ, ସ୍ୱାସ୍ଥ୍ୟ ଅଧିକାରୀ ମହେନ୍ଦ୍ର ନନ୍ଦ ଙ୍କ ସମେତ ଅନ୍ୟ ଅଧିକାରୀ ଓ ଗୋଶାଳା ଗୁଡିକର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories