ସମ୍ବଲପୁର: ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ବୁଧବାର ପୂର୍ବାହ୍ନରେ ସ୍ୱତନ୍ତ୍ର ଭାବରେ ଏସିବିସି ସର୍ଭେ କାର୍ଯ୍ୟ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି, ଡେପୁଟି କଲେକ୍ଟର ସୁଶାନ୍ତ ସାହୁଙ୍କ ସମେତ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଏଥିରେ ଯୋଗ ଦେଇଥିଲେ। ଆସନ୍ତା ମେ ୧ ତାରିଖରୁ ମେ ୨୭ ତାରିଖ ପର୍ଯ୍ୟନ୍ତ ଜିଲାରେ ଆୟୋଜିତ ହେବାକୁ ଥିବା ସର୍ଭେ କାର୍ଯ୍ୟ ପାଇଁ ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା। ଜିଲାର ୯ଟି ବ୍ଲକସ୍ତରୀୟ ଓ ବିଭିନ୍ନ ଏନଏସସି ଅଞ୍ଚଳର ଅଧିକାରୀ ମାନେ ପ୍ରଶିକ୍ଷଣ ନେଇଥିଲେ। ଏଥି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରେରିତ ପ୍ରଶିକ୍ଷକ ମାନେ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ।
Popular Categories



