ବାଲି ଉଠାଣରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ବାଲି ଉଠାଣ ଉପରେ ପୁଣି ହାଇକୋର୍ଟଙ୍କ ରୋକ। ଖଣି ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ବୁଧବାର ରୋକ ଲଗାଇଛନ୍ତି ହାଇକୋର୍ଟ। ଅତି ଆବଶ୍ୟକ ଦୃଷ୍ଟିରୁ ଖଣି ବିଭାଗ ଜାରି କରିଥିଲା ଆଦେଶ। ଗତ ୨୧ ତାରିଖରେ ଖଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କଟକ ବାଲିଘାଟରେ ହୋଇଥିବା ଅନିୟମିତତାକୁ ନେଇ କଟକ ଜିଲାପାଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯାଞ୍ଚ କରିଥିଲେ। ଏହା ପରେ ଖଣି ବିଭାଗ ଜିଲାପାଳଙ୍କ ସହ ଯାଞ୍ଚ କରିଥିବା ସୂଚନା ମିଳିଛି।

Comments are closed.