ଭୁବନେଶ୍ଵର: ଏଣିକି ସରକାରୀ ବାବୁମାନେ ସରକାରଙ୍କ ବିରୁଦ୍ଧରେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ। ରାଜ୍ୟ ସରକାର ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଓଡିଶା ସରକାରୀ କର୍ମଚାରୀ ଆଚାର ସଂହିତା ୧୯୫୯ ଅନୁଯାୟୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା, ସରକାରୀ ବିରୋଧୀ ମନ୍ତବ୍ୟ ଦେବା କିମ୍ବା କେନ୍ଦ୍ର ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କଲା ଭଳି ତଥା ବୈଦେଶିକ ସମ୍ପର୍କ କ୍ଷୁର୍ଣ୍ଣ ହେଲା ଭଳି କୌଣସି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ବାରଣ କରାଯାଇଛି। ଏହା ସହ ଗଣମାଧ୍ୟମରେ ସରକାରୀ କର୍ମଚାରୀ ପ୍ରତିକ୍ରିୟା ଦେବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ତାଗିଦ୍ କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସମସ୍ତ ବିଭାଗର ପ୍ରମୁଖଙ୍କ ସମେତ ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ୍ କରାଯାଇଛି। ଏହାର ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୂଚନା ଦେଇଛନ୍ତି।
Popular Categories



