ଆଲୋଚନା ମାଧ୍ୟମରେ ହୋଇପାରିବ ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ

ଭୁବନେଶ୍ୱର: ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘ ତରଫରୁ ନୂତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସଂଘର ସଭାପତି ଡ.ମାନସ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି ସ୍ୱାଗତ କରିଛନ୍ତି। ଏହି ଅବସରରେ ଆଲୋଚନା ମାଧ୍ୟମରେ ଅଧ୍ୟାପକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ତଥା ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ପାରିବ ବୋଲି ମନ୍ତ୍ରୀଙ୍କୁ ସଂଘ ତରଫରୁ ଅବଗତ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ସମ୍ପାଦକ ଦେବାଶିଷ ମହାନ୍ତି ଯୁଗ୍ମ ସମ୍ପାଦକ ବିଶ୍ୱଜିତ ପ୍ରଧାନ, ମାନସ ଭୂୟାଁ, ପି,କେ.ନରେନ୍ଦ୍ର, ସରୋଜ ପ୍ରଧାନ ପ୍ରମୁଖ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

kalyan agarbati

Comments are closed.