www.samajalive.in
Saturday, December 6, 2025
15.1 C
Bhubaneswar

୩୪ ଓଏଏସଙ୍କୁ ମିଳିଲା ନୂତନ ନିଯୁକ୍ତି, ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର (ବ୍ୟୁରୋ) ପ୍ରୋବେସନରେ ଥିବା ୩୦ରୁ ଅଧିକ ଓଏଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ବୁଧବାର ବିଭିନ୍ନ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ପ୍ରୟାସୀ ପ୍ରଧାନଙ୍କୁ ସୋନପୁର ଉପଜିଲ୍ଲାପାଳ, ପ୍ରୀତମ କୁମାର ତନ୍ତୀ ଓ ସରୋଜ କୁମାର ରାଉତଙ୍କୁ ବଲାଙ୍ଗୀର ଡେପୁଟି କଲେକ୍ଟର, ରାଜୀବ ହାଂସଦା ଓ ଏସକେ ସାଗିରଙ୍କୁ ଗଜପତି ଡେପୁଟି କଲେକ୍ଟର, ଅନୁପ ଅଭିଷେକ ବେହେରା ଓ ପ୍ରଭାତୀ ଝୋଡ଼ିଆଙ୍କୁ ରାୟଗଡ଼ା ଡେପୁଟି କଲେକ୍ଟର, ସୁଶ୍ରୀ ପ୍ରଧାନ ଓ ବିଶ୍ୱଜିତ ରାୟଙ୍କୁ କଳାହାଣ୍ଡି, ପ୍ରିୟଦର୍ଶିନୀ ମଲ୍ଲିକ, ରୋଶନ ଶତପଥୀ ଓ ସନ୍ଧ୍ୟା ସମର୍ଥଙ୍କୁ ମାଲକାନଗିରି ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ମିଳିଛି। ଶଶିଭୂଷଣ ମହାପାତ୍ରଙ୍କୁ ବେଲଗୁଣ୍ଠା ବିଡିଓ, ଏମ ଅନୁରାଧାଙ୍କୁ ତୁମୁଡ଼ିବନ୍ଧ ତହସିଲଦାର, ଆୟୁଷୀ ମହାପାତ୍ରଙ୍କୁ ନୟାଗଡ଼ ଉପଜିଲ୍ଲାପାଳ, ଲୀଳାବତୀ ଆଚାରୀଙ୍କୁ ରାୟଗଡ଼ା ତହସିଲଦାର, ପୁନମ ମହାପାତ୍ରଙ୍କୁ ଚିକିଟି ତହସିଲଦାର, ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ କୁଜଙ୍ଗ ତହସିଲଦାର, ମାନସ ରଞ୍ଜନ ସାହୁଙ୍କୁ ରାଉରକେଲା ତହସିଲଦାର, ମାନସ ରଞ୍ଜନ ତ୍ରିପାଠୀଙ୍କୁ ନର୍ଲା ତହସିଲଦାର, ରଞ୍ଜିତ କୁମାର ମଲ୍ଲିକଙ୍କୁ ଆଳି ବିଡିଓ, କରିସ୍ମା ବେସରାଙ୍କୁ କଲମପୁର ତହସିଲଦାର ଓ ଅଦାଲ ସ୍ନେହଲତାଙ୍କୁ ନନ୍ଦାହାଣ୍ଡି ତହସିଲଦାର ରୂପେ ନିଯୁକ୍ତି ମିଳିଛି। ସେହିପରି ଅର୍ଚ୍ଚନା ଦାସ ଓ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କୁ କୋରାପୁଟ ଡେପୁଟି କଲେକ୍ଟର, ଲୋପାମୁଦ୍ରା ସାମଲ ଓ ସଂଗ୍ରାମ କେଶରୀ ପରିଡ଼ାଙ୍କୁ ନୂଆପଡ଼ା ଡେପୁଟି କଲେକ୍ଟର, ଅନାମିକା ପାଣ୍ଡେ, ଅନନ୍ତ କୁମାର ହାଂସଦା ଓ ବିକ୍ରମ କେଶରୀ ପରିଡ଼ାଙ୍କୁ ନବରଙ୍ଗପୁର ଡେପୁଟି କଲେକ୍ଟର ରୂପେ ନିଯୁକ୍ତି ଦିଆଯାଇଛି । 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories