www.samajalive.in
Friday, December 5, 2025
26.1 C
Bhubaneswar

ଲକ ଡାଉନ ସମୟରେ ରେଳବାଇର ୧୦.୫ ମିଲିୟନ ଟନ କୋଇଲା ପରିବହନ

ସମ୍ବଲପୁର : କରୋନା ମହାମାରୀକୁ ହରାଇବା ପାଇଁ ସରକାରଙ୍କ ଠାରୁ ଜନତା ପର୍ଯ୍ୟନ୍ତ ନିଜ ସାମର୍ଥ୍ୟ ମତେ ସମସ୍ତେ ପ୍ରୟାସ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ ରେଳବାଇ ପକ୍ଷରୁ ଯାତ୍ରୀ ସେବାକୁ ଠପ କରିଦିଆଯାଇଥିବା ବେଳେ କିନ୍ତୁ ମାଲ ପରିବହନ ବ୍ୟବସ୍ଥା ଅବ୍ୟାହତ ରହିଛି। ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବାଧାହୀନ ଭାବରେ ପରିବହନ ପାଇଁ ଅନବରତ ଭାବରେ ରେଳବାଇ ପକ୍ଷରୁ ଖାଦ୍ୟଶସ୍ୟ, ପ୍ରେଟ୍ରୋଲିୟମ୍‍ ଉତ୍ପାଦ, କୋଇଲା, ଫଳ ଓ ପନିପରିବା, ଦୁଗ୍‍ଧ, ଖାଇବା ତେଲ, ଚିନି ଓ ଲୁଣ, ଔଷଧ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପରିବହନ କରି ସାରା ଦେଶର ବିଭିନ୍ନ କୋଣରେ ପହଞ୍ଚାଉଛି। ଏହି କ୍ରମରେ ଦେଶର ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥଳୀକୁ ବାଧାହୀନ ଭାବେ କୋଇଲା ଯୋଗାଇବା ନିମନ୍ତେ ପୂର୍ବ ତଟ ରେଳପଥ ନିଷ୍ଠାର ସହ ଅବିରାମ ଭାବେ ଲକ ଡାଉନ ସମୟରେ ପୂର୍ବତଟ ରେଳପଥ ସମୁଦାୟ ୨୬୮୩ଟି କୋଇଲା ବୋଝେଇ ଟ୍ରେନ ଦେଶର ବିଭିନ୍ନ ସ୍ଥାନକୁ ଚଳାଚଳ କରିଛି। ପୂର୍ବ ତଟ ରେଳପଥ ତାହାର ପରିସୀମାର ତାଳଚେର ଅଞ୍ଚଳ, ପାରାଦୀପ ବନ୍ଦର, ଧାମରା ବନ୍ଦର, ଭାଇଜାଗ୍‍ ବନ୍ଦର, ଗଙ୍ଗାଭରମ୍‍ ବନ୍ଦରରୁ ଦେଶର ବିଭିନ୍ନ ବିଦ୍ୟୁତ୍‍ ଉତ୍ପାଦନ ସ୍ଥଳୀକୁ କୋଇଲା ପରିବହନ କରିଛି।

୨୨ ମାର୍ଚ୍ଚରୁ ୨୭ ଏପ୍ରିଲ୍‍ ପର୍ଯ୍ୟନ୍ତ ଲକ୍‍ଡାଉନ୍‍ ସମୟ ଅବଧିରେ ଏହି ରେଳପଥ ୧୦.୫୦ ମିଲିଅନ୍‍ ଟନ୍‍ କୋଇଲା ବୋଝେଇ କରି ୨୬୮୩ଟି ମାଲ୍‍ବାହୀ ଟ୍ରେନ୍‍ରେ ଦେଶର ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥଳକୁ ପରିବହନ କରିଛି। ତାଳଚେର ପୂର୍ବ ତଟ ରେଳପଥର ଏକ ବୃହତ୍‍ କୋଇଲା ବୋଝେଇ ଅଞ୍ଚଳ ଏବଂ ସାରା ଏସିଆରେ ଗୋଟିଏ ଷ୍ଟେସନ୍‍ରୁ କୋଇଲା ବୋଝେଇ ଓ ପରିବହନରେ ଏହା ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି। ତାଳଚେର ଅଞ୍ଚଳରେ ମହାନଦୀ କୋଲଡ୍‍ ଫିଲ୍‍ଡର ୧୧ଟି କୋଇଲା ବୋଝେଇ ସାଇଡିଙ୍ଗ୍‍ ରହିଛି, ଯେଉଁଠାରୁ ଏନ୍‍.ଟି.ପି.ସି., ସମ୍ବଲପୁର ଶକ୍ତି ଉତ୍ପାଦନ କେନ୍ଦ୍ର ଏବଂ ଜଳରୁଟ୍‍ରେ ପାରାଦ୍ୱୀପ ଠାରୁ ଓ ରେଳ ରୁଟ୍‍ରେ ଦକ୍ଷିଣ ଭାରତର ବିଭିନ୍ନ ଶକ୍ତି ଉତ୍ପାଦନ କେନ୍ଦ୍ରକୁ ପରିବହନ ଲଗାତର ଭାବେ କରି•ଲିଛି। ସେହିଭଳି ବିଗତ ଦିନରେ ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରୁ ୧୪୯ଟି ରେକରେ ୭୩୦୩ଟି ଜରିଆରେ ୪ଲକ୍ଷ ୫୪ ହଜାର ୮୯୪ ଟନ ଚାଉଳ ଦେଶର ବିଭିନ୍ନ ରାଜ୍ୟକୁ ପରିବହନ କରାଯାଇଛି। ଏହି ଘଡି ସନ୍ଧି ମୁହୁର୍ତ୍ତରେ ରେଳବାଇର ଅନବରତ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories