www.samajalive.in
Saturday, December 6, 2025
15.1 C
Bhubaneswar

କରୋନା ଲକଡଉନ୍ : ବିଭିନ୍ନ ସ୍ଥାନରେ ଫସିଥିବା ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ହେରିଟେଜ୍‍ ଭିଜନ ସୋସିଆଲ ଫାଉଣ୍ଡେସନ

ଭୁବନେଶ୍ୱର: କରୋନା ଲକଡାଉନ୍‍ ଯୋଗୁଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ଶ୍ରମଜୀବୀ ଅଟକି ରହିବା ସହ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କୁ ସାଧାରଣ ସୁବିଧା ଯୋଗାଇବା ପାଇଁ ରାଜ୍ୟର ପ୍ରମୁଖ ଶିକ୍ଷା ଏବଂ ସାମାଜିକ ଅନୁଷ୍ଠାନ ହେରିଟେଜ୍‍ ଭିଜନ ଏଜୁକେସନାଲ ଟ୍ରଷ୍ଟ (ଏଚ୍‍.ଭି.ଇ.ଟି)ର ସାମାଜିକ ଶାଖା ‘ହେରିଟେଜ୍‍ ଭିଜନ ସୋସିଆଲ ଫାଉଣ୍ଡେସନ’(ଏଚ୍‍.ଭି.ଏସ.ଏଫ୍‍) ସହାୟତାର ହାତ ବଢ଼ାଇଛି। ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ ଫାଉଣ୍ଡେସନର ସ୍ୱେଛାସେବୀ ମାନେ ମହାନଗରର ବିଭିନ୍ନ ୱାର୍ଡରେ ରହିଥିବା ଶତାଧିକ ଶ୍ରମିକ ଏବଂ ଅସହାୟ ମାନଙ୍କୁ ଚିନି, ଚାଉଳ, ଡାଲି, ଅଟା, ରନ୍ଧାତେଲ, ଲୁଣ, ସାବୁନ ପ୍ରଭୃତି ଅତ୍ୟବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି।

- Advertisement -

ହେରିଟେଜ୍‍ ଭିଜନ ଏଜୁକେସନାଲ ଟ୍ରଷ୍ଟର ମଖ୍ୟ ଟ୍ରଷ୍ଟି ତଥା ନିର୍ଦ୍ଦେଶକ ମହେଶ ପଟନାୟକ, ଟ୍ରଷ୍ଟି ଶିଶିର ପାଣିଗ୍ରାହୀ ,ଟ୍ରଷ୍ଟି ମନୋଜ ପଟନାୟକ, ଉପଦେଷ୍ଠା ମିହିର ପଟନାୟକ,କୁମାରୀ ମଧୁଲିନା ଭୁବନେଶ୍ୱର ମହାନଗର ନିଗମର ସହକାରୀ କମିଶନର ଲିଲେନ୍‍ ପ୍ରସାଦ ସାହୁ, ରଞ୍ଜନ କୁମାର ଭୁୟାଁ, ହରିହର ରାଉତ, ଶକ୍ତି ପ୍ରସାଦ ପଣ୍ଡା, ଆର୍‍.ସି.ମହାପାତ୍ର, ବିଜେବି ସାମ୍ବାଦିକତା ବିଭାଗ ମୁଖ୍ୟ ଡ.ନଳିନ୍‍ ପାତ୍ର ପ୍ରମୁଖଙ୍କ ନେତୃତ୍ବରେ ଫାଉଣ୍ଡେସନର  ସ୍ବେଛାସେବୀ ମାନେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ଏବଂ ଭୁବନେଶ୍ୱର ଉନ୍ନୟନ କତୃପକ୍ଷ (ବିଡିଏ)ର କର୍ମଚାରୀଙ୍କ ସହଯୋଗରେ ସହରର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ଶତାଧିକ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟର ପ୍ରମୁଖ ଶିକ୍ଷା ଏବଂ ସାମାଜିକ ଅନୁଷ୍ଠାନ ହେରିଟେଜ୍‍ ଭିଜନ ଏଜୁକେସନାଲ ଟ୍ରଷ୍ଟ (ଏଚ୍‍.ଭି.ଇ.ଟି)ର ସାମାଜିକ ଶାଖା ‘ହେରିଟେଜ୍‍ ଭିଜନ ସୋସିଆଲ ଫାଉଣ୍ଡେସନ’(ଏଚ୍‍.ଭି.ଏସ.ଏଫ୍‍) ପକ୍ଷରୁ ପ୍ରତିବର୍ଷ ଅସହାୟ ଏବଂ ନିରାଶ୍ରୟ ମାନଙ୍କ ପାଇଁ ଏଭଳି ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories