www.samajalive.in
Saturday, December 6, 2025
14.1 C
Bhubaneswar

ମୋହନା ବିଧାୟକଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ମୋହନା : ସ୍ଥାନୀୟ ବିଧାୟକ ଦାଶରଥୀ ଗମାଙ୍ଗ ଅଚାନକ ମୋହନା ବ୍ଳକରେ ରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ପରିଦର୍ଶନ କରିଛନ୍ତି। ବର୍ତ୍ତମାନ ସାରା ଭାରତରେ ମହାମାରୀ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି। ନିର୍ବାଚିତ ପ୍ରତିନିଧିମାନଙ୍କୁ ଜନସାଧାରଣଙ୍କ ହିତରେ ନିୟୋଜିତ କରିଛନ୍ତି। ଏଣୁ ପ୍ରଶାସନର କାର୍ୟ୍ୟ ଦକ୍ଷତା ଓ ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱ ନିର୍ବାହ କରିବା ପାଇଁ ବିଧାୟକ ଶ୍ରୀ ଗମାଙ୍ଗ ଲୁହାଗୁଡି, ମୋହନା, ଚନ୍ଦ୍ରଗିରି, ଚାନ୍ଦିପୁଟ, ଲବାରସିଂ, ମହେନ୍ଦ୍ରଗଡ ଆଦି ପଂଚାୟତରେ ରହିଥିବା କ୍ୱାରେଣ୍ଟାଇନ ଗୃହ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ପରିଦର୍ଶନ କରିଥିଲେ। ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ମାଣ ହେଉଥିବା ବିଭିନ୍ନ କଠୋରୀ, ଶୌଚାଳୟ, ରୋଗୀ ନେବା ଆଣିବା କରିବା ପାଇଁ ରାସ୍ତା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର କୋଠାକୁ ରଙ୍ଗରେ ରଙ୍ଗାୟୀତ ହୋଇ ସୁନ୍ଦର ଭାବେ କରାଯାଇଥିବା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories