www.samajalive.in
Saturday, December 6, 2025
15.1 C
Bhubaneswar

ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ସତ୍ୟପାଠ, ୬୨୨୮ କୋଟି ଖଣି ଜୋରିମାନା ଅର୍ଥ ବାକି

ନୂଆଦିଲ୍ଲୀ: ଓଡ଼ିଶାରେ ବେଆଇନ ଖଣି ଖନନକାରୀଙ୍କ ଉପରେ ୬୨୨୮.୩୩ କୋଟି ବକେୟା ରହିଛି। ଏଥିରେ ଜୋରିମନା ବାବଦରେ ୨୭୨୧.୬୫ କୋଟି ଏବଂ ସୁଧ ବାବଦରେ ୩୫୦୬.୬୮ କୋଟି ଅନାଦେୟ ରହିଛି ବୋଲି ଓଡ଼ିଶା ସରକାର ସତ୍ୟପାଠ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇଛନ୍ତି। ଗତ ନଭେମ୍ବର ୨୮ରେ ରାଜ୍ୟରେ ବେଆଇନ ଖଣି ଖନନ ନେଇ ନ୍ୟାୟାଳୟଙ୍କ ଆଦେଶ ମୁତାବକ ଜୋରିମନା ଅର୍ଥ ଆଦାୟର ବାସ୍ତବିକ ସ୍ଥିତି ବିଷୟରେ ସାନି ସତ୍ୟପାଠ ଜରିଆରେ ଅବଗତ କରିବାକୁ ଓଡ଼ିଶା ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ।

ନ୍ୟାୟାଳୟରେ କମନକଜ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ୨ ଅଗଷ୍ଟ ୨୦୧୭ ରାୟ ଅନୁଯାୟୀ ନିୟମ ଉଲ୍ଲଙ୍ଘନକାରୀ ଖଣି ମାଲିକଙ୍କ ଠାରୁ ଆଦାୟ ଜୋରିମନା ଅର୍ଥ ପରିମାଣ ଏବଂ କେଉଁ ଖଣି ମାଲିକ ଅଦ୍ୟାବଧି ଜୋରିମନା ଅର୍ଥ ପ୍ରଦାନରେ ବିଫଳ ହୋଇଛନ୍ତି ସେବିଷୟରେ ଓଡ଼ିଶା ସରକାର ବିସ୍ତୃତ ତଥ୍ୟ ଦାଖଲ କରିବେ ବୋଲି ସଲିସିଟର ଜେନେରାଲ ଜଣାଇଥିଲେ। ନ୍ୟାୟାଳୟଙ୍କ ବାରମ୍ବାର ଆଦେଶସତ୍ତ୍ବେ ଖିଲାପକାରୀଙ୍କ ଠାରୁ ଜୋରିମନା ଅର୍ଥ ଆଦାୟ ଲାଗି ବିଶେଷ ପଦକ୍ଷେପ ନିଆଯାଉନାହିଁ ବୋଲି କମନକଜର ଓକିଲ ଦର୍ଶାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories