www.samajalive.in
Saturday, December 6, 2025
15.1 C
Bhubaneswar

କମୁଛି ବୈତରଣୀ, ବଢୁଛି ସାଳନ୍ଦୀ ନଦୀର ଜଳସ୍ତର

ଆରଡି: ଉପରମୁଣ୍ଡରେ ବର୍ଷା କମିଥିବାରୁ ତଳମୁଣ୍ଡରେ ଅର୍ଥାତ ଆରଡି ସମେତ ଆଖପାଖ ଓଳଗ, ସୁନ୍ଦରପୁର, ଦୋହରା, ପାଲଟପୁର, ମୁଆଁ, ଶୀତଳପୁର ଆଦି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଜଳସ୍ତର କମିଥିବା ବେଳେ ହଦଗଡ ଡ୍ୟାମରୁ ଆସୁଥିବା ପାଣିରେ ସାଳନ୍ଦୀ ନଦୀର ଜଳସ୍ତର ବଢିବାରେ ଲାଗିଛି। ଆଗକୁ ପୂର୍ଣ୍ଣିମାତିଥି ଥିବାରୁ ଧାମରା ନିକଟରେ ସମୁଦ୍ର ଜୁଆରିଆ ରହିବା ଫଳରେ ବୈତରଣୀ ଓ ସାଳନ୍ଦୀ ନଦୀର ଆସିଥିବା ବନ୍ୟାପାଣି ଠିକ ଭାବେ ନିଷ୍କାସନ ହେଉନଥିବାରୁ ସିଧାସଳଖ ଭାବେ ବିଭିନ୍ନ ଏସେକେପ ଓ ନଈଯୋର ଦେଇ ଶହଶହ ଏକର ଚାଷଜମିକୁ ମାଡି ଚାଲିଛି ବନ୍ୟା ପାଣି।

ଗତ ୩ଦିନ ହେଲା ବନ୍ୟା ପାଣିରେ ବୁଡି ରହିଛି ସାରଦ ଧାନତଳି। ବନ୍ୟାର ସ୍ଥିତି କିପରି ରହିଛି, ଏଥିପାଇଁ ଭଦ୍ରକ ଜିଲାପାଳଙ୍କ ପରାମର୍ଶକ୍ରମେ ଧାମନଗର ଜଳସେଚନ ବିଭାଗର ଯନ୍ତ୍ରୀ କିଶୋର ଦାସ ବୈତରଣୀ ନଦୀର ସାଠିବାଙ୍କୁଡା, ଦୋହରାପାଟଣା, ସୁନ୍ଦରପୁର, ବୋଡକ ଆଦି ନଦୀବନ୍ଧର ଯାଞ୍ଚ କରିବା ସହ ଗତ ମଙ୍ଗଳବାର ରାତି ତମାମ ଜଗିରହିବା ସହ ବୁଧବାର ମଧ୍ୟ ସମସ୍ତ ଅଞ୍ଚଳ ବୁଲି ଦେଖିଥିଲେ। ବୈତରଣୀ ନଦୀର ଉପରମୁଣ୍ଡରେ ବନ୍ୟା ଜଳ କମୁଥିବାରୁ ବନ୍ୟାର ଆଶଙ୍କା ନଥିବା କହିଛନ୍ତି ଶ୍ରୀ ଦାସ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories