www.samajalive.in
Saturday, December 6, 2025
19.1 C
Bhubaneswar

ଫାଇଲେରିଆ ମୁକ୍ତ ଆଠଗଡ଼ ନିମନ୍ତେ ସ୍ଵତନ୍ତ୍ର କର୍ମଶାଳା

ଆଠଗଡ଼: ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଆନୁକୁଲ୍ୟରେ ଆଠଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ବୁଧବାର ଫାଇଲେରିଆ ବା ବାତଜ୍ଵର ନିରାକରଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଆଠଗଡକୁ ଫାଇଲେରିଆ ମୁକ୍ତ କରିବା ନିମନ୍ତେ ସ୍ୱାସ୍ଥ୍ୟଶିକ୍ଷା, ସଚେତନତା ଓ ଜନଜାଗରଣ ଅଭିଯାନ ଲକ୍ଷ ନେଇ ଏହି ସ୍ଵତନ୍ତ୍ର କର୍ମଶାଳା ଆୟୋଜିତ ହୋଇଯାଇଛି। ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସଲମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି.ଶୁଭ୍ରଶଙ୍କର ଜ୍ୟୋତି, କାର୍ଯ୍ୟନିର୍ବାହୀ ଅଧିକାରୀ ବଳୟ ଦେହୁରୀ, ସମସ୍ତ ୱାର୍ଡ଼ର କାଉନସିଲର, ସ୍ଵଚ୍ଛସାଥୀ, ସ୍ଵସ୍ଥସାଥୀ ପରିଦର୍ଶିକା, ସ୍ୱଚ୍ଛକର୍ମୀ, ବିଓଭି ଚାଳକମାନେ ଯୋଗଦାନ କରିଥିଲେ।

ଆଠଗଡ଼ରେ ଫାଇଲେରିଆ ଆକ୍ରାନ୍ତ ଅଧିକ ରହିଥିବାରୁ କିପରି ଆଠଗଡ଼ରୁ ଏହି ରୋଗର ପ୍ରାଦୁର୍ଭାବକୁ ଦୂର କରାଯାଇପାରିବ ବିଭିନ୍ନ ସ୍ଥାନରେ ସଚେତନତା ସହ ମଶାର ବଂଶକୁ କିପରି ନିୟନ୍ତ୍ରଣ କରାଯିବ ଇତ୍ଯାଦି ବିଭିନ୍ନ ସ୍ତରରେ କାର୍ଯ୍ୟ ଜାରି ରଖାଯାଇଛି। ଏଥିନିମନ୍ତେ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଏକ ୬ ମାସିକ ପ୍ରକଳ୍ପ ହାତକୁ ନେଇ ସମସ୍ତଙ୍କ ସହଯୋଗରେ ଏହାର ସଫଳ ରୂପାୟନ ଲାଗି ପ୍ରୟାସ ଜାରି ରଖିଛନ୍ତି। କର୍ମଶାଳାରେ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ପ୍ରକଳ୍ପ ଅନୁସନ୍ଧାନ ବୈଜ୍ଞାନିକ ଅନନ୍ୟା ଅନୁରକ୍ତା ପଟ୍ଟନାୟକ ଓ ସହଯୋଗୀ ମୋନିକା ଯୋଗଦେଇ ଏହି ବିବରଣୀ ପ୍ରଦାନ କରିବା ସହ ଉପସ୍ଥିତ ଏନଏସିର ସମସ୍ତ କର୍ମଚାରୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ଏନ୍ଏସି ଅଧ୍ୟକ୍ଷା ,ଉପାଧ୍ୟକ୍ଷ, ସମସ୍ତ କାଉନସିଲର ଏବଂ କର୍ମଚାରୀ କିପରି ମିଳିମିଶି ଜନସାଧାରଣଙ୍କ ସହଯୋଗରେ ଆଠଗଡକୁ ଫାଇଲେରିଆ ମୁକ୍ତ କରିବା ନିମନ୍ତେ ସଂକଳ୍ପ ନେଇ ଶପଥ ପାଠ କରିଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories