www.samajalive.in
Wednesday, November 12, 2025
27.1 C
Bhubaneswar

୧୧ ବର୍ଷ ଧରି କ୍ଷତିରେ ଚାଲିଛି ଅର୍ଥ ନିଗମ: ଋଣ ୨୪୪ କୋଟି; ସୁଧ ୯୬୧୬ କୋଟି

ଭୁବନେଶ୍ବର: ଏକଦା କ୍ଷୁଦ୍ର, ମଧ୍ୟମ ବ୍ୟବସାୟୀ, ପ୍ରତିଭାବାନ ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରି କର୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ଓଡ଼ିଶା ରାଜ୍ୟ ଅର୍ଥ ନିଗମ(ଓଏସ୍‌ଏଫ୍‌ସି) ଆଜି ପଙ୍ଗୁ ପାଲଟିଯାଇଛି। ଦଶନ୍ଧି ଧରି ସରକାରଙ୍କ ଉଦାସୀନତାର ଶିକାର ଏହି ୬୮ ବର୍ଷ ପୁରାତନ ସରକାରୀ ନିଗମ ହୁଏତ ଭବିଷ୍ୟତରେ ଆଉ କେବେ ଅଣ୍ଟା ସଳଖି ପାରିବ ନାହିଁ। ଖୋଦ୍ ରାଜ୍ୟ ସରକାର ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି। ବିଧାନସଭାର ସଦ୍ୟସମାପ୍ତ ମୌସୁମୀ ଅଧିବେଶନରେ ବୌଦ୍ଧ ଜିଲା କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡ଼ାଙ୍ଗ ପଚାରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏମ୍‌ଏସଏମ୍‌ଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟ ଅର୍ଥ ନିଗମରେ ୫୦୮୯ଟି ଋଣ ଆକାଉଣ୍ଟ ଉପରେ ୨୪୪ କୋଟି ଟଙ୍କାର ମୂଳ ଅର୍ଥ ବିନିଯୋଗ ହୋଇଥିବା ବେଳେ ସୁଧ ଆସି ୯୬୧୬ କୋଟି ଟଙ୍କାରେ ପହଞ୍ଚିଲାଣି। ଏହି ଅର୍ଥ ପ୍ରତିବର୍ଷ ଆଦାୟ କରାଯାଉଛି ବୋଲି ମନ୍ତ୍ରୀ ନିଜ ଉତ୍ତରରେ ଦର୍ଶାଇଛନ୍ତି।

ତେବେ ଏଥିରେ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଓଡ଼ିଶାରେ ବିଭିନ୍ନ ଛୋଟ ଛୋଟ ଆର୍ଥିକ ଅନୁଷ୍ଠାନ, ଜାତୀୟ ଓ ଘରୋଇ ବ୍ୟାଙ୍କ ଗୁଡ଼ିକ ଲୋକଙ୍କୁ ଅାକୃଷ୍ଟ କରିବା ପାଇଁ କମ ସୁଧ ହାରରେ ଋଣ ପ୍ରଦାନ କରୁଛନ୍ତି। ଏହି ଦୃଷ୍ଟିକୋଣରୁ ବର୍ତ୍ତମାନ ସରକାରଙ୍କ ସ୍ତରରେ ରାଜ୍ୟ ଅର୍ଥ ନିଗମକୁ ପୁନଶ୍ଚ କାର୍ଯ୍ୟକ୍ଷମ କରିବା ସମ୍ଭବପର ହେଉନାହିଁ। ଏହି ନିଗମ ଆଉ ଆଗକୁ ବଢ଼ିବା ସମ୍ଭବପର ନୁହେଁ ବୋଲି ସରକାର ହୃଦବୋଧ କରୁଛନ୍ତି। କିନ୍ତୁ କ୍ରମାଗତ କ୍ଷତି ଆଉ ଅନ୍ଧକାର ଭବିଷ୍ୟତ ଭିତରେ ନିଗମର ବୋଝ ସରକାର ବୋହି ଚାଲିଛନ୍ତି।

- Advertisement -

ବହୁ କଷ୍ଟରେ ଅର୍ଥ ନିଗମ ୨୦୧୩-୧୪ ମସିହାରେ ୫୧ ଲକ୍ଷ ଟଙ୍କା ଲାଭ କରିଥିଲା। ଏହା ପରଠାରୁ କ୍ଷତି ହିଁ ସହି ଆସୁଛି। ନିଗମର ୱେବ୍‌ସାଇଟ୍‌ରେ ଉଲ୍ଲେଖ ଅଛି ବର୍ତ୍ତମାନ ଋଣ ପ୍ରଦାନ କାର୍ଯ୍ୟ ବନ୍ଦ ରଖାଯାଇଛି। କଟକ ଶାଖା ଅଧୀନରେ ୧୦ ଜିଲା, ଭୁବନେଶ୍ବର ଶାଖା ଅଧୀନରେ ୧୧ ଜିଲା ଏବଂ ସମ୍ବଲପୁର ଶାଖା ଅଧୀନରେ ୯ ଜିଲା ରହିଛି। କଟକ ଶାଖାରେ ୧୦୯ କୋଟି ଋଣ ଉପରେ ସୁଧ ମିଶି ୩୧୫୪.୩୫ କୋଟି, ଭୁବନେଶ୍ବର ଶାଖାରେ ୮୮ କୋଟି ଟଙ୍କା ଋଣ ଉପରେ ସୁଧ ୪୦୧୪.୮୧ କୋଟି ଏବଂ ସମ୍ବଲପୁର ଶାଖାରେ ୪୭ କୋଟି ଟଙ୍କା ଋଣ ଉପରେ ୨୪୪୭.୬୫ କୋଟି ଟଙ୍କା ଅନାଦେୟ ରହିଛି।

Hot this week

ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୨୭୩୬ କୃତକାର୍ଯ୍ୟ

ସମାଜଲାଇଭ ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର...

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

Related Articles

Popular Categories