www.samajalive.in
Friday, December 5, 2025
16.1 C
Bhubaneswar

ବିଦେଶୀ ଫିଲ୍ମରେ ଟ୍ରମ୍ପଙ୍କ ୧୦୦% ଶୁଳ୍କ ପ୍ରସ୍ତାବ: ପ୍ରଭାବିତ ହେବ ଭାରତୀୟ କାରବାର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମସ୍ତ ବିଦେଶୀ ନିର୍ମିତ ଚଳଚ୍ଚିତ୍ର ଉପରେ ଶତ ପ୍ରତିଶତ ଶୁଳ୍କ ଲାଗୁ ପ୍ରସ୍ତାବ ଘୋଷଣା କରିବା ପରେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ପ୍ରତି ଏହା ବିପଦ ସୃଷ୍ଟି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗତ ଦୁଇ ଦଶନ୍ଧି ଧରି ଆମେରିକୀୟ ବଜାରରେ ସ୍ଥିର ଭାବରେ ଏକ ଲାଭଜନକ ଉପସ୍ଥିତି ସୃଷ୍ଟି କରିଥିବା ଭାରତୀୟ ଚଳଚ୍ଚିତ୍ର, ଓଟିଟି, ଧାରାବାହିକ, କାର୍ଟୁନ ଓ ପ୍ରଯୁକ୍ତିବିଦ୍ୟା ସମ୍ବଳିତ ବ୍ୟାବସାୟିକ ଶିଳ୍ପ ବହୁଳ ଭାବରେ ପ୍ରଭାବିତ ହେବା ନେଇ ମତ ପ୍ରକାଶ ପାଇଛି।

ସାମାଜିକ ଗଣମାଧ୍ୟମ ପୋଷ୍ଟରେ, ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଦେଶଗୁଡ଼ିକୁ ଆମେରିକୀୟ ଚଳଚ୍ଚିତ୍ର ଶିଳ୍ପ ଚୋରି କରୁଥିବାର ଅଭିଯୋଗ ଆଣି କହିଛନ୍ତି, ଏଥିଯୋଗୁ କାଲିଫର୍ଣ୍ଣିଆ ବିଶେଷକରି ଗୁରୁତର ପ୍ରଭାବିତ ହୋଇଛି। ସେ ଆମେରିକା ବାହାରେ ନିର୍ମିତ ସମସ୍ତ ଚଳଚ୍ଚିତ୍ର ଉପରେ ୧୦୦% ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ମଇ ମାସରେ ଏପରି ଶୁଳ୍କ ବିଷୟରେ ଘୋଷଣା କରିଥିଲେ କିନ୍ତୁ ସେ ସମୟରେ କୌଣସି ସ୍ପଷ୍ଟ ସୂଚନା ଦେଇ ନ ଥିଲେ। ଫଳରେ ନେଟଫ୍ଲିକ୍ସର ସେୟାର ୧.୪% ଏବଂ ୱାର୍ନର ବ୍ରଦର୍ସ ଡିସ୍କଭରୀର ସେୟାର ୦.୬% ହ୍ରାସ ପାଇଥିଲା।

- Advertisement -

ଭାରତୀୟ ସିନେମା ଶିଳ୍ପ ପାଇଁ ଆମେରିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଦେଶୀ ବଜାର ମଧ୍ୟରୁ ଗୋଟିଏ। ବାଣିଜ୍ୟ ବିଶେଷଜ୍ଞଙ୍କ
ଅନୁଯାୟୀ, ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ – ବିଶେଷକରି ବଲିଉଡ ବ୍ଲକ୍‌ବଷ୍ଟର ଏବଂ ତେଲୁଗୁ ବଡ଼ ବଜେଟ୍ ପ୍ରଯୋଜନାଗୁଡ଼ିକ – ଆମେରିକା ବକ୍ସ ଅଫିସରୁ ବାର୍ଷିକ ପ୍ରାୟ ୧୦୦ ନିୟୁତ ଆମେରିକୀୟ ଡଲାର ରୋଜଗାର କରିଥାନ୍ତି। ୧୦୦% ଶୁଲକ ଲାଗୁ ହେଲେ ଆମଦାନୀ ଶୁଳ୍କ ଦ୍ୱିଗୁଣିତ ହେବ, ଯାହା ଫଳରେ ଟିକେଟ୍ ମୂଲ୍ୟ ବୃଦ୍ଧି ପାଇବା ସହ ବିତରକମାନେ କ୍ଷତି ସାହିବେ ଓ ଥିଏଟରଗୁଡିକରେ ସିନେମା ମୁକ୍ତିଲାଭ କରିବା ଏକ ପ୍ରକାର ଅସମ୍ଭବ ହେବ।

ଅନ୍ୟପକ୍ଷରେ ଏପରି ଶୁଳ୍କ ବୃଦ୍ଧି କେବଳ ରାଜସ୍ୱକୁ ପ୍ରଭାବିତ କରିବ ନାହିଁ ବରଂ ସାଂସ୍କୃତିକ ପ୍ରଦର୍ଶନକୁ ମଧ୍ୟ ସୀମିତ କରିବ। ତଥ୍ୟ ଅନୁଯାୟୀ, ପ୍ରମୁଖ ଭାରତୀୟ ସିନେମାର ବିଶ୍ଵସ୍ଥରୀୟ ମୁକ୍ତିଲାଭ ପାଇଁ ବିଶ୍ୱ ବକ୍ସ ଅଫିସ୍ ଆୟର ପ୍ରାୟ ୫ରୁ ୭% କେବଳ ଆମେରିକା ବଜାର ଯୋଗାଇ ଥାଏ ଏବଂ ଆମେରିକୀୟ ଥିଏଟରରେ ସଫଳତା ପ୍ରାୟତଃ ଅନ୍ତର୍ଜାତୀୟ ପ୍ରତିଷ୍ଠା ଆଣିଥାଏ।

ଗତ ୨ ଦଶନ୍ଧି ମଧ୍ୟରେ ଭାରତୀୟ ସିନେମା ପାଇଁ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଓ ହଟଷ୍ଟାର ଭଳି ଓଟିଟି ପ୍ଲାଟଫର୍ମଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ବେଳେ ଆଗାମୀ ଦିନରେ ଶୁଳ୍କ ବୃଦ୍ଧି ପ୍ରସାରଣ ଅଧିକାର ନେଇ ଦ୍ଵନ୍ଦ ସୃଷ୍ଟି କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଏଭଳି ପଦକ୍ଷେପ ଆର୍ଥିକ ପ୍ରସଙ୍ଗ ସମେତ ସାଂସ୍କୃତିକ ବିନିମୟ ଏବଂ ଆମେରିକାରେ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ନେଇ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories