www.samajalive.in
Sunday, December 14, 2025
17.1 C
Bhubaneswar

ସିଲିକନ୍ ଭ୍ୟାଲିରେ ବରିଷ୍ଠ ନେତୃତ୍ବଙ୍କ ସହ ଓଡ଼ିଶା ପ୍ରତିନିଧି ଦଳର ଆଲୋଚନା

ଭୁବନେଶ୍ବର : ଆମେରିକା ଗସ୍ତରେ ଥିବା ଓଡ଼ିଶା ସରକାରଙ୍କ ପ୍ରତିିନିଧି ଦଳ ଗୁରୁବାର ସିଲିକନ୍ ଭ୍ୟାଲିରେ ସେମିକଣ୍ଡକ୍ଟର କମ୍ପାନୀ ଏବଂ ଭେଞ୍ଚର କ୍ୟାପିଟାଲ ଫାର୍ମର ବରିଷ୍ଠ ନେତୃତ୍ବଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମେ ଆଡ୍‌ଭାନ୍ସଡ୍ ସେମିକଣ୍ଡକ୍ଟର ଇଞ୍ଜିନିୟରିଂ (ଏଏସ୍ଇ)ର ବରିଷ୍ଠ ଉପସଭାପତି ଇନ୍ ଚାଙ୍ଗ୍‌ଙ୍କୁ ଭେଟିଥିଲେ ପ୍ରତିନିଧି ଦଳ। ତାଇୱାନ୍, ଚୀନ୍, ଜାପାନ, ମାଲେସିଆ, କୋରିଆ ଏବଂ ସିଙ୍ଗାପୁର ଆଦିରେ ଏହି କମ୍ପାନୀର ଉପସ୍ଥିତି ରହିଛି। ପ୍ରତିନିଧି ଦଳ ଓଡ଼ିଶା ଶିଳ୍ପାୟନ ପରିଦୃଶ୍ୟ ଏବଂ ବିଭିନ୍ନ ନୀତି ମାଧ୍ୟମରେ ପ୍ରୋତ୍ସାହନ ସମ୍ପର୍କରେ କମ୍ପାନୀ ଟିମ୍‌କୁ ଅବଗତ କରିଥିଲେ। କମ୍ପାନୀ ଏକ ବିସ୍ତୃତ ପ୍ରସ୍ତାବ ଦାଖଲ କରିବ ଏବଂ ମୂଲ୍ୟାୟନ ପାଇଁ ଏକ ଟିମ୍‌ ଓଡ଼ିଶାକୁ ପଠାଇବ ବୋଲି ସୂଚନା ଦିଆଯାଇଛି। ସେହିପରି ଆଇଟି, ଭେଞ୍ଚର କ୍ୟାପିଟାଲ, ଇଲେ‌େ‌କ୍ଟ୍ରାନିକ୍ସ ଏବଂ ସେମିକଣ୍ଡକ୍ଟର, ରୋବୋଟିକ୍ସ ଆଦି କ୍ଷେତ୍ରର ୪୦ ଅଗ୍ରଣୀ ସିଇଓ ଏବଂ ମୁଖ୍ୟ ଏକ୍ସପେରିଏନ୍ସ ଅଧିକାରୀଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଥି‌େ‌ଲ। ଏଥିରେ ମେଟା, ଗୁଗୁଲ, ଡେଲ୍, ଇଣ୍ଟେଲ୍, ସୋନି, ଆମାଜନ୍ ଏଡବ୍ଲ୍ୟୁଏସ୍, ଫାଲକନ୍ ଏକ୍ସ ଆଦିର ମୁଖ୍ୟ ପ୍ରତିନିଧିମାନେ ସାମିଲ ଥିଲେ। ଓଡ଼ିଶା ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ରାଜ୍ୟରେ ଏକ ସୁଦୃଢ଼ ସେମିକଣ୍ଡକ୍ଟର ଏବଂ ଏଆଇ/ଏମ୍‌ଏଲ୍ ପରିଦୃଶ୍ୟ ପ୍ରତିଷ୍ଠାରେ ସହାୟତା ପାଇଁ ସେମାନେ ଆଗ୍ରହ ପ୍ରକାଶ କରିଥିଲେ। ସେହିପରି ଇଣ୍ଟେଲ ଜେନେରାଲ ମ୍ୟାନେଜର ହୁମା ଆବିଡି ଏଆଇ/ଏମ୍ଏଲ୍ ଶିକ୍ଷାଦାନ ଜରିଆରେ ଗ୍ରାମୀଣ ଏବଂ ଜନଜାତି ବାଳିକାଙ୍କୁ ଶିକ୍ଷା ସହାୟତା ପାଇଁ ଆଗ୍ରହ ଦେଖାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories