www.samajalive.in
Saturday, December 6, 2025
23.1 C
Bhubaneswar

୩.୮୦କୋଟି ଟିକା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ କରୋନା ମହାମାରୀ ସଙ୍କଟରୁ ବଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୦ତାରିଖ କ୍ୟାବିନେଟ ବୈଠକରେ ବିଶ୍ୱବଜାରରୁ ଟିକା ସଂଗ୍ରହ ଲାଗି ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ୩ କୋଟି ୮୦ ଲକ୍ଷ ଟିକା କିଣିବା ପାଇଁ ଇ-ଟେଣ୍ଡର (ଲିଖିତ ପ୍ରସ୍ତାବ) ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ଔଷଧ ନିଗମ ପରିଚାଳନା ନିର୍ଦେଶକଙ୍କ ପକ୍ଷରୁ ୨୯ପୃଷ୍ଠା ସମ୍ବଳିତ ଏହି ଇ-ଟେଣ୍ଡର ପ୍ରକ୍ରିୟାରେ କେତେକ ସର୍ତ୍ତ ରଖାଯାଇଛି।

ଆଗ୍ରହୀ ସଂସ୍ଥା ଚଳିତମାସ ୧୯ରେ ପ୍ରାକ୍‍ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବେ। ୨୦ ରୁ ୨୮ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ଟେଣ୍ଡର କାଗଜପତ୍ର ଅନଲାଇନ ଜରିଆରେ ପୈଠ କରିବେ। ଏ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ କମ୍ପାନୀଗୁଡ଼ିକ ରାଜ୍ୟ ଔଷଧ ନିଗମର ଦୂରଭାଷ ନମ୍ବରରେ ଯୋଗାଯୋଗ କରିପାରିବେ। ୨୮ରେ ଟେଣ୍ଡର କାଗଜ ଖୋଲାଯିବ ବୋଲି ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଟେଣ୍ଡର ସର୍ତ୍ତ ଅନୁଯାୟୀ ସର୍ବନିମ୍ନ ମୂଲ୍ୟ ଦେଇଥିବା ସଂସ୍ଥାକୁ ୫୦ ପ୍ରତିଶତ ଟିକା ଯୋଗାଇବାକୁ ଅନୁମତି ମିଳିବ। ସେହିପରି ଅନ୍ୟ ୫୦ ପ୍ରତିଶତ ଟିକା ଯୋଗାଇବାକୁ କିପରି ଅବଶିଷ୍ଟ ସଂସ୍ଥାଗୁଡ଼ିକୁ ଦିଆଯିବ ସେ ନେଇ ଔଷଧ ନିଗମ ନିଷ୍ପତ୍ତି ନେବ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories