www.samajalive.in
Saturday, December 6, 2025
26.1 C
Bhubaneswar

ଶିକ୍ଷକଙ୍କୁ କରୋନା ଯୋଦ୍ଧା ଘୋଷଣା ଦାବି

ବରପାଲି: ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ଭାବରେ ସରକାର ଘୋଷଣା କରିବାକୁ ବରପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଜେପୁର ବିଧାୟିକ ରିତା ସାହୁଙ୍କ ନିକଟରେ ଦାବି କରାଯାଇଛି। ସଂଘ କର୍ମକର୍ତ୍ତାମାନେ ବିଧାୟିକାଙ୍କୁ ଭେଟି ଏହି ଦାବି ରଖିଥିବାବେଳେ ଶ୍ରୀମତୀ ସାହୁ ସେମାନଙ୍କ ଦାବି ସମ୍ପର୍କରେ ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ ସଂପ୍ରତି ମହାମାରୀ ସମୟରେ ଶିକ୍ଷକମାନଙ୍କୁ ଘରକୁ ଘର ବୁଲି ବିବରଣୀ ସଂଗ୍ରହ, ସଚେତନତା ବାର୍ତ୍ତା ପ୍ରସାର, ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତି, ସ୍ୱାସ୍ଥ୍ୟକେନ୍ଦ୍ର ସହାୟକ ମୁଖ୍ୟ ଟେବୁଲରେ ବିବରଣୀ ପ୍ରସ୍ତୁତି ଭଳି ଗୁରୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ସେମାନଙ୍କୁ ନିଜ ସୁରକ୍ଷା ପାଇଁ ପିପିଇ କିଟ୍‍, ଗ୍ଲୋଭ୍‍ସ, ତୁଣ୍ଡି, ସାନିଟାଇଜର ଆଦି ଜରୁରୀ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉନାହିଁ। ଏହାଦ୍ୱାରା ଶିକ୍ଷକମାନେ ନିଜେ ଓ ସେମାନଙ୍କ ପରିବାରବର୍ଗ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ସରକାର ବିଭିନ୍ନ ବିଭାଗର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରିଥିବାବେଳେ ଶିକ୍ଷକମାନଙ୍କୁ ସେଥିରେ ସାମିଲ କରିବାକୁ ସଂଘ ସଭାପତି ସରୋଜ ରାଉତ, ସମ୍ପାଦକ ସୋହନ ପଧାନ, ନିମେଇଁ ଦାଶ, ମର୍କଧ୍ୱଜ ଭୋଇ, ଶେକର ବାରିକ, ରାଜେନ୍ଦ୍ର ପୁଝାରୀ ଏବଂ ଅନ୍ୟମାନେ ଦାବି ଜଣାଇଛନ୍ତି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories