www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟରେ ଆଜି ୩୬୬୪ ନୂଆ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୭୦୪

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨୧୨୭ ଓ ସ୍ଥାନୀୟ ସଂକ୍ରମିତ ୧୫୩୭ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୩୪୦ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି କଳାହାଣ୍ଡିରୁ ୩୨୪, ନୂଆପଡାରୁ ୨୨୧, ବରଗଡରୁ ୨୧୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ସମ୍ବଲପୁରରୁ ୧୯୯, କଟକରୁ ୧୯୮, ଝାରସୁଗୁଡାରୁ ୧୮୩, ପୁରୀରୁ ୧୪୩ ଓ ମୟୁରଭଞ୍ଜରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟପୁଲରୁ ୧୫୫ ଜଣ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ବ୍ୟତୀତ ନରବଙ୍ଗପୁରରୁ ୮୧, ବଲାଙ୍ଗିରରୁ ୭୯, ଜଗତସିଂହପୁରରୁ ୬୮, ଗଞ୍ଜାମରୁ ୬୬, ଗଜପତିରୁ ୬୩, ଅନୁଗୁଳ ୫୯, ଯାଜପୁର ୫୮, ରାୟଗଡାରୁ ୫୭, କେନ୍ଦୁଝରରୁ ୫୬, ଢେଙ୍କାନାଳରୁ ୪୭, କୋରାପୁଟ ଓ ବାଲେଶ୍ୱରରୁ ୩୯ ଜଣ ଲେଖାଏଁ, ଦେବଗଡରୁ ୩୦, କେନ୍ଦ୍ରାପଡ଼ାରୁ ୨୯, ନୟାଗଡରୁ ୨୮, ଭଦ୍ରକରୁ ୨୭ ଏବଂ କନ୍ଧମାଳ ଓ ସୋନପୁରରୁ ୧୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

- Advertisement -


ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୮ ହଜାର ୨୫୮କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୪ ହଜାର ୮୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୪୩୬ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories