www.samajalive.in
Wednesday, November 12, 2025
19.1 C
Bhubaneswar

ରାତି ସିଫ୍ଟ ଆଳରେ ମହିଳାଙ୍କୁ ନିଯୁକ୍ତି ପାଇଁ ମନାକରାଯିବା ଉଚିତ ନୁହେଁ: କେରଳ ହାଇକୋର୍ଟ

ତିରୁଅନନ୍ତପୁରମ୍‍: ରାତି ସିଫ୍ଟ ଆଳଦେଖାଇ ମହିଳାଙ୍କୁ ନିଯୁକ୍ତି ଦେବାନିମନ୍ତେ ମନା କରାଯିବା ଉଚିତ ନୁହେଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଳୟ କହିଛନ୍ତି, ସବୁ ସମୟରେ ମହିଳାଙ୍କ ପାଇଁ ଏକ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ସରକାର ଏବଂ କର୍ତ୍ତୃପକ୍ଷଙ୍କ କର୍ତ୍ତବ୍ୟ ହୋଇ ରହିଛି। କେରଳର କୋଲମ୍‍ ଜିଲା ଅନ୍ତର୍ଗତ ଚାଭରାଠାରେ ଥିବା କେରଳ ମିନେରାଲ୍ସ ଆଣ୍ଡ ମେଟାଲ୍ସ ଲିମିଟେଡ (କେଏମଏମଏଲ)ରେ ସେଫ୍ଟି ଅଫିସର ପଦବୀ ପାଇଁ ମହିଳା ଆବେଦନ କରିପାରିବେ ନାହିିଁ ବୋଲି କାରଖାନା କର୍ତ୍ତୃପକ୍ଷ ରଖିଥିବା ବ୍ୟବସ୍ଥାକୁ ହାଇକୋର୍ଟ ଅସାମ୍ବିଧାନିକ ଏବଂ ପାତରଅନ୍ତରମୂଳକ ବୋଲି ଦର୍ଶାଇ ଖାରଜ କରିଦେଇଛନ୍ତି।
କେରଳ ହାଇକୋର୍ଟର ଜଷ୍ଟିସ ଅନୁ ଶିବରମଣ ଏହି ଐତିହାସିକ ରାୟ ଦେଇଛନ୍ତି। ହାଇକୋର୍ଟ ଏହା ମଧ୍ୟ କହିଥିଲେ ଯେ ମହିଳାମାନଙ୍କୁ ସୁରକ୍ଷିତ କରିବାକୁ ଅଣାଯାଇଥିବା ଫାକ୍ଟରୀ ଆଇନ ସେମାନଙ୍କ ପାଇଁ ଅନ୍ତରାୟ ସୃଷ୍ଟି କରିବା ଉଚିତ ନୁହେଁ। ସୂଚନାଯୋଗ୍ୟ ଯେ କୋଲମ ଜିଲାର ଶକ୍ତିକୁଲଙ୍ଗରା ଅଞ୍ଚଳର ସ୍ଥାୟୀ ବାସିନ୍ଦା ତ୍ରିସା ଜୋସେଫାଇନଙ୍କ ପକ୍ଷରୁ ଆଗତ ଏକ ଆବେଦନର ବିଚାର କରି ଉଚ୍ଚ ନ୍ୟାୟାଳୟ ଏହି ରାୟ ଶୁଣାଇଛନ୍ତି।
ତ୍ରିସା ଫାୟାର ଆଣ୍ଡ ସେଫ୍ଟି ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ତାଙ୍କୁ ଉପରୋକ୍ତ କାରଖାନାରେ ସେଫ୍ଟି ଅଫିସର ଭାବରେ ଚାକିରି ଦେବାକୁ କର୍ତ୍ତୃପକ୍ଷ ମନା କରିଦେଇଥିଲେ। କାରଖାନା କର୍ତ୍ତୃପକ୍ଷ ଉକ୍ତ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିବା ସମୟରେ ସେଥିପାଇଁ ମହିଳାମାନେ ଆବେଦନ କରିବା ଅନାବଶ୍ୟକ ବୋଲି ଉଲ୍ଲେଖ କରିଥିଲେ। ତେବେ ସମାନ ଯୋଗ୍ୟତା ଥାଇ ମଧ୍ୟ ଜଣେ ମହିଳା ହୋଇଥିବାରୁ ତାଙ୍କୁ ଏହି ସୁଯୋଗରୁ ବଂଚିତ କରାଯାଉଥିବା ଅଭିଯୋଗ ଆଣି ତ୍ରିସା ଉଚ୍ଚ ନ୍ୟାୟାଳୟଙ୍କର ଦ୍ୱାରସ୍ଥ ହୋଇଥିଲେ।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories