www.samajalive.in
Friday, December 5, 2025
20.1 C
Bhubaneswar

ଆଜି ଚିହ୍ନଟ ୬୫ ଜଣଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୬୫ ଜଣଙ୍କ ମଧ୍ୟରେ ୬୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୩ଜଣ ହୋମ୍ କ୍ବାରେଣ୍ଟାଇନରେ ଥିଲେ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।  ଆଜି ଚିହ୍ନଟ ହୋଇଥିବା ୬୫ ଜଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୩୧, ଗଞ୍ଜାମ ଜିଲ୍ଲାରୁ ୧୩, ପୁରୀରୁ ୪, ଭଦ୍ରକରୁ ୬ , ଖୋର୍ଦ୍ଧା ଜିଲ୍ଲାରୁ ୩, ମୟୂରଭଞ୍ଜ ଓ ନୟାଗଡରୁ ୨ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଓ କଟକ ଜିଲ୍ଲାରୁ ୬ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ସୂଚନା ମିଳିଛି ।


ଆଜି ଯାଜପୁରରୁ ଚିହ୍ନଟ ହୋଇଥିବା ୩୧ ଜଣଙ୍କ ମଧ୍ୟରେ ୩୦ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଜଣେ ଝାଡଖଣ୍ଡରୁ ଆସିଥିଲେ । ସେହିପରି ଗଞ୍ଜାମ ଜିଲାରୁ ଚିହ୍ନଟ ୧୩ ଜଣଙ୍କ ମଧ୍ୟରେ ୧୨ ଜଣ ସୁରଟ ଫେରନ୍ତା ଜଣେ ହୋମ କ୍ବାରେଣ୍ଟାଇନରେ ଥିଲେ । କେନ୍ଦ୍ରାପଡା ଜିଲାରୁ ଚିହ୍ନଟ ୪ ଜଣ ସୁରତ ଫେରନ୍ତା ବୋଲି ଜଣାପଡିଛି । ଆଜି କଟକରୁ ଚିହ୍ନଟ ୬ ଜଣ ଅହମଦାବାଦରୁ ଫେରିଥିଲେ । ମୟୁରଭଞ୍ଜରୁ ଚିହ୍ନଟ ଦୁଇ ଜଣ ସୁରତ ଫେରନ୍ତା ।  ପୁରୀରୁ ଚିହ୍ନଟ ୪ ଜଣ ପଶ୍ଚିମବଙ୍ଗ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେହିପରି ନୟାଗଡରୁ ଚିହ୍ନଟ ହୋଇଥିବା ୨ ଜଣ ସୁରତ ଫେରନ୍ତା ଏବଂ ଖୋର୍ଦ୍ଧାରୁ ଚିହ୍ନଟ ୩ ଜଣଙ୍କ ମଧ୍ୟରେ ଜଣେ ସୁରତ ଫେରନ୍ତା, ଜଣେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ଜଣେ ହୋମ କ୍ବାରେଣ୍ଟାଇନରେ ରହିଥିଲେ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

- Advertisement -


ଏହାଫଳରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୭୭, ବାଲେଶ୍ବରରେ ୧୦୨, ଯାଜପୁରରେ ୧୨୧ , ସୁନ୍ଦରଗଡ଼ରେ ୨୫ , ପୁରୀରେ୧୮, କେନ୍ଦ୍ରାପଡ଼ାରେ ୨୬. ଅନୁଗୁଳରେ ୧୫,ଖୋର୍ଦ୍ଧାରେ ୫୬, ଦେବଗଡ଼ରେ ୨ , ଭଦ୍ରକରେ ୪୬, ନୟାଗଡ଼ରେ ୬, ମୟୂରଭଞ୍ଜ ଜିଲ୍ଲାରେ ୧୧ ଓ ଜଗତସିଂହପୁରରେ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଏଥି ସହିତ ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୬୮ ଥିବା ବେଳେ, ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଛି। ରାଜ୍ୟରେ ଏଯାବତ୍ ୩ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories