www.samajalive.in
Saturday, December 6, 2025
23.1 C
Bhubaneswar

ଲଶ୍କର ଆତଙ୍କୀ ସଂଗଠନର ୫ ସହଯୋଗୀ ଗିରଫ

ଜାମ୍ମୁ: ଜାମ୍ମୁ-କାଶ୍ମୀର ବଡ଼ଗାମରୁ ଲଶ୍କର ଆତଙ୍କବାଦୀ ସଂଗଠନର ୫ ସହଯୋଗୀ ଗିରଫ ହୋଇଛନ୍ତି। ବଡ଼ଗାମ​‌ରେ ଆତଙ୍କୀଙ୍କ ସହଯୋଗୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଥିଲା। ଏହି ସମୟରେ ସେଠାରୁ ଲଶ୍କରର ୫ ସହଯୋଗୀ ଧରାପଡ଼ିଥିଲେ।

ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଆତଙ୍କବାଦୀଙ୍କ ଜଣେ ଟପ୍‌ ସହଯୋଗୀ ଜହୁର ୱାନୀ ଧରାପଡ଼ିଛି। ଜହୁର ଧରାପଡ଼ିବା ପରେ ତା’ଠାରୁ ଆଉ ଏକ ଆତଙ୍କୀ ଶିବିର ସମ୍ପର୍କରେ ତଥ୍ୟ ମିଳିଛି। ସେଠାରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ଯବାନମାନେ ଉକ୍ତ ଶିବିରକୁ ଧ୍ଵଂସ କରିଦେଇଛନ୍ତି। କିନ୍ତୁ ସେଠାରୁ କୌଣସି ଆତଙ୍କୀ ଧରାପଡ଼ି ନାହାନ୍ତି। ସହଯୋଗୀମାନଙ୍କୁ ପଚରାଉଚରା ପରେ ସେମାନେ ଆତଙ୍କବାଦୀମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା ସହିତ ଆତ୍ମଗୋପନ କରିବା ଲାଗି ଘର ଯୋଗାଇ ଦେଉଥିବା ସୂଚନା ମିଳିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories