ରାଜ୍ୟରେ ଆଉ ୯୪୫ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ସଂକ୍ରମଣ । ଲଗାତର ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୯୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୫୫୩ ଜଣ ଚିହ୍ନଟ ହୋଇଥିବା ବେଳ ସ୍ଥାନୀୟ ସଂକ୍ରମିତ ୩୯୨ ରହିଛନ୍ତି । ଆଜିର ସମସ୍ତ ଆକ୍ରାନ୍ତ ରାଜ୍ୟର ୨୮ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି । ସମସ୍ତ ୯୪୫ ପଜିଟିଭଙ୍କ ମଧ୍ୟରୁ ଜନ୍ମରୁ ୧୮ବର୍ଷ ମଧ୍ୟରେ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ସେହିପରି ଖୋର୍ଦ୍ଧାରୁ ସର୍ବାଧିକ ୩୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୩, ଷ୍ଟେଟପୁଲରୁ ୭୬, କଟକରୁ ୭୫ ଓ ସମ୍ବଲପୁରରୁ ୫୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସୋନପୁରରୁ ୩୭, ମୟୂରଭଞ୍ଜରୁ ୩୨, ନୟାଗଡରୁ ୨୭, ପୁରୀରୁ ୨୦, କଳାହାଣ୍ଡିରୁ ୧୮, ରାୟଗଡ଼ାରୁ ୧୫, ଜଗତସିଂହପୁରରୁ ୧୪ ଓ ଯାଜପୁରରୁ ୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୧୨, ବରଗଡ଼ରୁ ୯, ଗଜପତିରୁ ୯, ନୂଆପଡ଼ାରୁ ୭, ଭଦ୍ରକରୁ ୬, କୋରାପୁଟରୁ ୬, ବାଲେଶ୍ୱରରୁ ୫, ଝାରସୁଗୁଡ଼ାରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଛି । ସେହିପରି ଗଞ୍ଜାମରୁ ୪, କନ୍ଧମାଳରୁ ୪, ଦେବଗଡ଼ରୁ ୩, ନବରଙ୍ଗପୁରରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ଅନୁଗୁଳ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରୁ ମଧ୍ୟ ୨ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଇଛି । ରାଜ୍ୟରେ ଗୋଟିଏ ଦିନରେ ଆଉ ୫୪୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍ ୬,୩୧୬ କରୋନା ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
Comments are closed.