www.samajalive.in
Saturday, December 6, 2025
26.1 C
Bhubaneswar

ମହାରଥୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ମହିଳା ମୋର୍ଚ୍ଚାର ନବୀନ ନିବାସ ଘେରାଉ ଉଦ୍ୟମ : ପୁଲିସ ସହ ମୁହାଁମୁହିଁ  

ଭୁବନେଶ୍ୱର : କଂଗ୍ରେସ ମହିଳା ମୋର୍ଚ୍ଚା ଗୁରୁବାର ପୂର୍ବାହ୍ନରେ ନବୀନ ନିବାସ ଘେରାଉ ପାଇଁ ଯାଉଥିବା ବେଳେ ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଶିଶୁଭବନ ଛକରେ ପୁଲିସ ସେମାନଙ୍କୁ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏହି ଧସ୍ତାଧସ୍ତି, ଠେଲାପେଲାରେ ଜଣେ ମହିଳା କଂଗ୍ରେସ କର୍ମୀ ଅଚେତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପିପିଲି ଗଣବଳାତ୍କାର ମାମଲାରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତ୍ୱବ୍ୟକୁ ନେଇ କଂଗ୍ରେସ ମହିଳା କର୍ମୀ ନବୀନ ନିବାସ ଘେରାଉ ପାଇଁ ଯାଉଥିଲେ। ମହାରଥୀଙ୍କ ସହ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମହିଳା କଂଗ୍ରେସର ସମାଲୋଚନା ପରିସର ମଧ୍ୟକୁ ଆସିଛନ୍ତି। ତେବେ ବୁଧବାର ବିଜେପି ମହିଳା କର୍ମୀ ମଧ୍ୟ ନବୀନ ନିବାସ ଘେରାଉ ପାଇଁ ଯାଇ ପୁଲିସକୁ ନାକେଦମ କରିଥିଲେ। ଯେପର୍ଯ୍ୟନ୍ତ ମହାରଥୀ ପଦରୁ ଇସ୍ତଫା ଦେଇନାହାନ୍ତି ଆନ୍ଦୋଳନ ଏହିପରି ଜାରି ରହିଥିବ ବୋଲି କଂଗ୍ରେସ ମହିଳା କର୍ମୀ କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories