ପାଟ୍ନା: ‘ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅନୁପମ୍ ଖେରଙ୍କ ବିରୋଧରେ ବିହାରର ଏକ କୋର୍ଟରେ ମୋକଦ୍ଦମା ଦାୟର କରାଯାଇଛି। ଚଳଚ୍ଚିତ୍ର ସହିତ ଜଡ଼ିତ ଅନ୍ୟ କେତେକ ବ୍ୟକ୍ତିଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ଦେଶର ତୁଙ୍ଗ ନେତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ଅଭିଯୋଗରେ ଏହି ମାମଲା ଦାୟର କରାଯାଇଛି।
ମୁଜାଫରପୁର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ଆଇନଜୀବୀ ସୁଧୀର କୁମାର ଓଝା ଏହି ମାମଲା ଦାୟର କରିଛନ୍ତି। କୋର୍ଟ ମାମଲାକୁ ଗ୍ରହଣ କରି ଜାନୁଆରୀ ୮ରେ ସବ୍ଡିଭିଜନାଲ୍ ଜୁଡିସିଆଲ୍ କୋର୍ଟରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭୂମିକାରେ ଅନୁପମ୍ ଖେର ଅଭିନୟ କରୁଥିବା ବେଳେ ତତ୍କାଳୀନ ଗଣମାଧ୍ୟମ ଉପଦେଷ୍ଟା ସଞ୍ଜୟ ବାରୁଙ୍କ ଭୂମିକାରେ ଅକ୍ଷୟ ଖାନ୍ନା ଅଭିନୟ କରୁଛନ୍ତି।
ଅନୁପମ୍ ଖେରଙ୍କ ବିରୋଧରେ ମାମଲା
Popular Categories



